ଭାରତରେ କୋରୋନା ପଜିଟିଭଙ୍କ ସଂଖା ୫୩ ଲକ୍ଷ ପାର, ୨୪ ଘଂଟାରେ ୯୩ ହଜାର ୩୩୭ ନୂଆ ସଂକ୍ରମିତ

ନୂଆଦିଲ୍ଲୀ – ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫୩ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ମୋଟ ୯୩ ହଜାର ୩୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବର୍ତମାନ ଭାରତରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୫୩ ଲକ୍ଷ ୮ ହଜାର ୧୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସକ୍ରିୟ ମାମଲା ହେଉଛି ୧୦ ଲକ୍ଷ ୧୩ ହାର ୯୬୪ । ଗତ ୨୪ ଘଂଟାରେ ସାରାଦେଶରେ ୧ ହଜାର ୨୪୭ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଏଥିସହ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୮୫ ହଜାର ୬୧୯ରେ ପହଂଚିଛି ।

Comments are closed.