ଭାରତରେ ନିଜ ଟିକାକୁ ଶୀଘ୍ର ଅନୁମତି ଦେବାକୁ ଦାବି କଲା ଫାଇଜର୍, ୫୧୦ କୋଟି ଟଙ୍କାର ଔଷଧ ଦାନକଲା

ନୂଆଦିଲ୍ଲୀ: ଆମେରିକୀୟ ଔଷଧ ଉତ୍ପାଦନକାରୀ ଫାଇଜରର ଚେୟାରମ୍ୟାନ୍ ତଥା ସିଇଓ ଆଲବର୍ଟ ବୋର୍ଲା କହିଛନ୍ତି ଯେ ଭାରତରେ ଫାଇଜର-ବାୟୋଏନଟେକ୍ ଟିକା
ଉପଲବ୍ଧ କରାଇବା ପାଇଁ କମ୍ପାନୀକୁ ଶୀଘ୍ର ଅନୁମତି ଦେବା ନେଇ ଭାରତ ସରକାରଙ୍କ ସହ ଆଲୋଚନା ଚାଲିଛି ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଫାଇଜର ଆମେରିକା, ୟୁରୋପ ଏବଂ ଏସିଆରେ ଅବସ୍ଥିତ ଏହାର ବିତରଣ କେନ୍ଦ୍ରରୁ ୭୦ ମିଲିୟନ୍ ଡଲାର (ପ୍ରାୟ ୫୧୦ କୋଟି ଟଙ୍କା) ର ଔଷଧ ଭାରତକୁ ପଠାଉଛି।

ଫାଇଜର ଇଣ୍ଡିଆ କର୍ମଚାରୀଙ୍କୁ ପଠାଯାଇଥିବା ମେଲରେ ସେ କହିଛନ୍ତିି, ଭାରତରେ କୋଭିଡ-୧୯ ସ୍ଥିତି ନେଇ ଆମେ ବହୁତ ଚିନ୍ତିତ ଏବଂ ଆପଣଙ୍କ ଓ ଆପଣଙ୍କ ପ୍ରିୟଜନ ଏବଂ ଭାରତର ସମସ୍ତ ଲୋକଙ୍କ ସହ ଆମେ ଅଛୁ। ସେ ଏହି ମେଲକୁ ଲିଙ୍କଡଇନରେ ପୋଷ୍ଟ କରିଛନ୍ତି।

ବୋର୍ଲା କହିଛନ୍ତି ଯେ ଆମେ ଏହି ରୋଗ ବିରୋଧରେ ଭାରତର ଲଢେଇରେ ଅଂଶୀଦାର ହେବା ପାଇଁ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ଆମେରିକା, ୟୁରୋପ ଏବଂ ଏସିଆର ବିତରଣ କେନ୍ଦ୍ରଗୁଡ଼ିକରେ ଫାଇଜରର ଅଂଶୀଦାରମାନେ ଏହି ଔଷଧ ଗୁଡ଼ିକୁ ଯଥାଶୀଘ୍ର ଭାରତ ପଠାଇବାକୁ ଚେଷ୍ଟା କରୁଛନ୍ତି |

ବୋର୍ଲା କହିଛନ୍ତି ଯେ ଦେଶର ପ୍ରତ୍ୟେକ ସରକାରୀ ଡାକ୍ତରଖାନାରେ ପ୍ରତ୍ୟେକ ଅଭାବୀ କୋଭିଡ ରୋଗୀ ଫାଇଜର ଔଷଧ ପାଇପାରିବେ ସେଥିପାଇଁ ଆମେ ଏହି ଔଷଧ ଦାନ କରୁଛୁ।

ସେ କହିଛନ୍ତି ଯେ ୭୦ ମିଲିୟନ ଆମେରିକୀୟ ଡଲାରରୁ ଅଧିକ ମୂଲ୍ୟର ଏହି ଔଷଧ ତୁରନ୍ତ ଉପଲବ୍ଧ ହେବ ଏବଂ ଆମେ ସରକାର ଏବଂ ଆମର ଏନଜିଓ ସହଭାଗୀମାନଙ୍କ ସହ ମିଶି କାର୍ଯ୍ୟ କରିବୁ।

Comments are closed.