ଭାରତରେ ‘ପବ୍‌ଜି’ର ପୁନଃ ଲଂଚ୍ କୁ ଏନ୍‌ସିପିସିଆର ର ବିରୋଧ

ନୂଆଦିଲ୍ଲୀ – ଲୋକପ୍ରିୟ ଗେମିଂ ଆପ୍ ‘ପବଜି’ ପୁଣି ଭାରତରେ ଲ ୍ ହେବାକୁ ଯାଉଛି । ତେବେ ଏହିଭଳି ଅନଲାଇନ୍ ଗେମକୁ ବିରୋଧ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍‌ସିପିସିଆର) । ଏହିଭଳି ଗେମିଂ ଆପ୍ ଗୁଡିକୁ ଅନୁମତି ଦେବା ପୂର୍ବରୁ ଏହା ଉପରେ ଏକ ଆଇନ୍ ଅଣାଯାଉ ବୋଲି ଏନ୍‌ସିପିସିଆର ଦାବି କରିଛି । ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇ କେନ୍ଦ୍ର ସରକାର ପବ୍‌ଜି ସମେତ ୧୧୮ ଚାଇନିଜ ମୋବାଇଲ୍ ଆପ୍ ର ବ୍ୟବହାରକୁ ନିଷିଦ୍ଧ କରିଥିଲେ । ପୂର୍ବରୁ ଚାଇନାର ଟେନସେ ୍ ଗେମ୍ସ ତରଫରୁ ଭାରତରେ ପବ୍‌ଜିର ଲ ୍ କରାଯାଇଥିଲା । ତେବେ ପବ୍‌ଜି ପୁଣିଥରେ ଭାରତୀୟ ବଜାରରେ ଲଂଚ୍ କରିବା ଲାଗି ସରକାରଙ୍କ ଠାରୁ ଅନୁମତି ଲୋଡିଛି । ହେଲେ ଏନ୍‌ସିପିସିଆର ଅଧ୍ୟକ୍ଷା ପ୍ରିୟଙ୍କା କାନୁନଗୋ ଏହି ମୋବାଇଲ ଆପକୁ ବିରୋଧ କରିଛନ୍ତି । ଅନଲାଇନ୍ ଗେମ୍ ଉପରେ ପ୍ରଥମେ ଏକ ଆଇନ ଅଣାଯିବା ଉଚିତ । ଏହିଭଳି ଅନଲାଇନ୍ ଗେମିଂ ଆପ୍ ପ୍ରତି ଆସକ୍ତ ହୋଇ ଭାରତରେ ଅନେକ ପିଲାଙ୍କ ଜୀବନ ଯାଇଛି ବୋଲି ସେ କହିଛନ୍ତି ।

Comments are closed.