ଭାରତରେ ମର୍ଡେନାର କୋଭିଡ୍ ଟିକା ଲଞ୍ଚ୍ କରିପାରେ ଟାଟା ଗ୍ରୁପ୍‌

ନୂଆଦିଲ୍ଲୀ – ଟାଟା ଗ୍ରୁପ୍ ଭାରତରେ ଆମେରିକୀୟ କମ୍ପାନୀ ମର୍ଡେନାର କୋଭିଡ୍ ଟିକା ଲଞ୍ଚ୍ କରିବା ସମ୍ଭାବନା ରହିଛି । ଏନେଇ ଟାଟାଗ୍ରୁପ୍‌ର ଏହି ଆମେରିକୀୟ ଔଷଧ କମ୍ପାନୀ ସହ ଆଲୋଚନା ଆରମ୍ଭ କରିଥିବା ଜଣାପଡିଛି । ଭାରତୀୟ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ଆଇସିଏସ୍‌ଆଇଆର୍‌) ସହ ମିଶି ଟାଟା ମେଡିକାଲ ଆଣ୍ଡ୍ ଡାଏଗ୍ନୋଷ୍ଟିକ୍ ମର୍ଡେନା ଟିକାର ଭାରତରେ ହ୍ୟୁମାନ ଟ୍ରାଏଲ୍ କରିବାକୁ ଯୋଜନା କରୁଛି । ଯଦିଓ ଏନେଇ ଉଭୟ ମର୍ଡେନା ଓ ଟାଟା ମେଡିକାଲ ଆଣ୍ଡ ଡାଏଗ୍ନୋଷ୍ଟିକ୍ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଟାଟା ମର୍ଡେନା ଟିକା ଲଞ୍ଚ୍ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ଫାଇଜର ତୁଳନାରେ ମର୍ଡେନା ଟିକାର ସଂରକ୍ଷଣ ସହଜ । ଫାଇଜର ଟିକାର ସଂରକ୍ଷଣ ପାଇଁ ମାଇନସ୍ ୭୦ ଡିଗ୍ରୀ ଆବଶ୍ୟକ । କିନ୍ତୁ ମର୍ଡେନା ଟିକାକୁ ସାଧାରଣ ତାପମାତ୍ରାରେ ରଖି ହେବ । ତେଣୁ ଫାଇଜର ତୁଳନାରେ ମର୍ଡେନା ଟିକା ଭାରତ ଭଳି ଦେଶ ପାଇଁ ଉପଯୁକ୍ତ ହେବ । ଶେଷ ପର୍ଯ୍ୟାୟ ଟ୍ରାଏଲ ଅଧ୍ୟୟନରୁ ଜଣାପଡିଥିଲା ଯେ, ମର୍ଡେନା ଟିକା କରୋନା ସଂକ୍ରମଣ ରୋକିବାରେ ୯୪.୧% ପ୍ରଭାବୀ ଏବଂ ସୁରକ୍ଷିତ ମଧ୍ୟ । ଡିସେମ୍ବରରେ ଏହି ଟିକାକୁ ଆମେରିକାରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଥିଲା । ନିକଟରେ ୟୁରୋପର କିଛି ଦେଶରେ ମଧ୍ୟ ମର୍ଡେନା ଟିକାକୁ ମଞ୍ଜୁରି ମିଳିଥିଲା ।

Comments are closed.