ଭାରତରେ ଶୀଘ୍ର ଆରମ୍ଭ ହୋଇପାରେ ‘ଜନ୍‌ସନ୍ ଆଣ୍ଡ୍ ଜନସନ୍‌’ର ସିଙ୍ଗଲ୍ ଡୋଜ୍ ଟିକା ଟ୍ରାଏଲ

ନୂଆଦିଲ୍ଲୀ – ଆମେରିକାର ଅଗ୍ରଣୀ ଔଷଧ ନିର୍ମାତା ‘ଜନସନ୍ ଆଣ୍ଡ ଜନସନ୍‌’ ଭାରତରେ ଏହାର ସିଙ୍ଗଲ୍ ଡୋଜ୍ କୋଭିଡ୍ ଟିକାର ଟ୍ରାଏଲ ଆରମ୍ଭ କରିବାକୁ ଚାହୁଁଛି । ଏନେଇ ଭାରତ ସରକାରଙ୍କ ସହ ଆଲୋଚନା ଚାଲିଛି ବୋଲି ଏହି ଆମେରିକୀୟ କମ୍ପାନୀ କହିଛି ।

‘ଜନସନ୍ ଆଣ୍ଡ ଜନ୍‌ସନ୍‌’ ଦ୍ୱାରା ବିକଶିତ ସିଙ୍ଗଲ ଡୋଜ୍ କୋଭିଡ୍ ଟିକାକୁ ଆମେରିକାରେ ପୂର୍ବରୁ ମଞ୍ଜୁରି ମିଳିସାରିଛି । ଫେବୃୟାରୀରେ ଏହି ଟିକାର ଜରୁରୀ ବ୍ୟବହାର ପାଇଁ ଆମେରିକୀୟ ଡ୍ରଗ୍ସ ନିୟନ୍ତ୍ରକ ଅନୁମତି ଦେଇଥିଲେ । ଏହି ଟିକାର ବିଶେଷତ୍ୱ ହେଉଛି ଏହାର କେବଳ ଗୋଟିଏ ଡୋଜ୍ ଲୋକଙ୍କୁ ଦିଆଯାଏ । ଏହାଛଡ଼ା ଏହି ଟିକାର ସଂରକ୍ଷଣ ମଧ୍ୟ ସହଜ । ଏହି ଟିକାକୁ ସାଧାରଣ ରେଫ୍ରିଜେରେଟରେ ବି ସଂରକ୍ଷିତ ରଖିହେବ ।

ଭାରତରେ ସମ୍ପ୍ରତି ଏବେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକାର ‘କୋଭିସିଲ୍ଡ’ ଏବଂ ଭାରତ ବାୟୋଟେକ୍‌ର ‘କୋଭାକ୍ସିନ’ ଟିକାର ବ୍ୟବହାର ହେଉଛି । ଏହି ଦୁଇଟି ଯାକ ଟିକାର ଉତ୍ପାଦନ ଭାରତରେ ହେଉଛି ।

Comments are closed.