ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସାମରିକ ବାହିନୀ

ନୂଆଦିଲ୍ଲୀ – ପ୍ରତିରକ୍ଷା ବ୍ୟାପାର ୱେବସାଇଟ୍ ‘ମିଲିଟାରୀ ଡାଇରେକ୍ଟ’ ଦ୍ୱାରା ରବିବାର ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ ଚୀନ୍ ହେଉଛି ଦୁନିଆର ସବୁଠାରୁ ଶକ୍ତିଶାଳୀ ସେନା । ଏହି ମାମଲାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି।

ଅଧ୍ୟୟନରେ କୁହାଯାଇଛି ଯେ ନିଜ ସେନା ଉପର ବହୁ ଅର୍ଥ ଖର୍ଚ୍ଚ କରୁଥିବା ଆମେରିକା ୭୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଏହା ପରେ ରୁଷ୍ ୬୯ ପଏଣ୍ଟ ସହ ତୃତୀୟ ଏବଂ ୬୧ ପଏଣ୍ଟ ସହ ଭାରତ ଚତୁର୍ଥ ସ୍ଥାନରେ ରହିଛି । ୫୮ ପଏଣ୍ଟ ସହ ଫ୍ରାନ୍ସ ପଞ୍ଚମ ସ୍ଥାନରେ ରହିଥିବା ବେଳେ ୪୩ ପଏଣ୍ଟ ସହ ବ୍ରିଟେନ ନବମ ସ୍ଥାନରେ ଅଛି ।

ଅଧ୍ୟୟନରେ କୁହାଯାଇଛି ଯେ ପ୍ରତିରକ୍ଷା ବଜେଟ୍, ସକ୍ରିୟ ତଥା ନିଷ୍କ୍ରିୟ ସାମରିକ କର୍ମଚାରୀଙ୍କ ସଂଖ୍ୟା, ବାୟୁ, ଜଳ, ସ୍ଥଳ ଏବଂ ଆଣବିକ ସମ୍ବଳ, ହାରାହାରି ବେତନ ଏବଂ ଉପକରଣ ଓ ଅସ୍ତ୍ରଶସ୍ତ୍ର ସଂଖ୍ୟା ଆଦି ବିଷୟ ଉପରେ ବିଚାର କରିବା ପରେ ‘ସେନାର ଶକ୍ତି ସୂଚକାଙ୍କ’ ପ୍ରସ୍ତୁତ କରାଯାଇଥିଲା।

ଏଥିରେ କୁହାଯାଇଛି ଯେ ଚୀନ୍ ରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଅଛି। ଚୀନ୍ ସୂଚକାଙ୍କରେ ୧୦୦ ରୁ ୮୨ ଅଙ୍କ ପାଇଥିଲା |
ୱେବସାଇଟ୍ କହିଛି ଯେ ଆମେରିକାର ପ୍ରତିରକ୍ଷା ବଜେଟ୍ ସବୁଠୁ ଅଧିକ । ନିଜ ସେନାବାହିନୀ ପାଇଁ ଆମେରିକା ବାର୍ଷିକ ସର୍ବାଧିକ ୭୩୨ ବିଲିୟନ ଡଲାର ଖର୍ଚ୍ଚ କରୁଛି। ଏହି ମାମଲାରେ ଚୀନ୍ ଦ୍ୱିତୀୟ ସ୍ଥାନରେ ଅଛି । ଚୀନର ବାର୍ଷିକ ସାମରିକ ବ୍ୟୟ ୨୬୧ ବିଲିୟନ ଡଲାର ହୋଇଥିବା ଭାରତ ୭୧ ବିଲିୟନ ଡଲାର ବ୍ୟୟ କରୁଛି।

ଅଧ୍ୟୟନରେ କୁହାଯାଇଛି ଯେ ଯଦି ଯୁଦ୍ଧ ହୁଏ ତେବେ ଚୀନ୍ ସାମୁଦ୍ରିକ ଯୁଦ୍ଧରେ ଜିତିବ, ଆକାଶ ଯୁଦ୍ଧରେ ଆମେରିକା ଏବଂ ସ୍ଥଳ ଯୁଦ୍ଧରେ ରୁଷ ଜିତିବ।

Comments are closed.