ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଶିକ୍ଷାଧିକାର ଙ୍କ କାର୍ଯ୍ୟାଳୟ ର କନିଷ୍ଠ କିରାଣୀ ପ୍ରମୋଦ ରଥ ଭିଜିଲାନ୍ସ ପୋଲିସ ଦ୍ବାରା ଗିରଫ। ପ୍ରମୋଦ ରଥ ଙ୍କ ଘରୁ 8ଲକ୍ଷ 71 ହଜାର ଟଙ୍କା ଜବତ 6ଟି ବୁଲେଟ୍,ଗୋଟିଏ କାର ଠାବ।ବଲାଙ୍ଗିର ସଦର ବ୍ଲକଶିକ୍ଷାଧିକାର ଙ୍କ କାର୍ଯ୍ୟାଳୟ ରେ ଚଞ୍ଚକତା କରି 1କୋଟି 71 ଲକ୍ଷ ଟଙ୍କା ର ଉଠାଇ ନେଇ ଥିବା ର ଭିଜିଲାନ୍ସ ତଦନ୍ତ କରୁଥିଲା,ଗତ ରାତିରେ ଭିଜିଲାନ୍ସ ଟିମ୍ ପ୍ରମୋଦ ରଥ ଙ୍କ ବଲାଙ୍ଗିର ହାତୀଶାଲ ପଡା ବାସଭବନ ରେ ଚଢାଉ କରି ତାଙ୍କୁ ଗିରଫ କରିଥିବା ଭିଜିଲାନ୍ସ ଇନ୍ସପେକ୍ଟର ସଦାନନ୍ଦ ପାଣି ସୂଚନା ଦେଇଛନ୍ତି।

ବଲାଙ୍ଗିର ଜିଲ୍ଲା କୋପରେଟିଭ ବ୍ଯାଙ୍କ ମ୍ଯାନେଜର ସୁଧୀର କୁମାର ନନ୍ଦଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଚଢାଉ ଜାରି ରହିଛି। ଏକା ସାଙ୍ଗ ରେ ତିନୋଟି ସ୍ଥାନରେ ଭିଜିଲାନ୍ସ ର ଚାରୋଟି ଟିମ୍ ଚଢଉ ।

Comments are closed.