ଭିଜିଲାନ୍ସ ଜାଲରେ ବରଗଡ ଭଟଲି ବ୍ଲକ ପିଇଓ

ବରଗଡ- ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଭିଜିିଲାନ୍ସର ଅଭିଯାନ । ବରଗଡ ଭଟଲି ବ୍ଲକ୍‌ର ପିଇଓ ଉମେଶ ସେଠ ଭିଜିଲାନ୍ସର ଜାଲରେ ଫସିଛନ୍ତି । ଉମେଶ ସେଠଙ୍କ ଘର ଓ ଅଫିସରେ ଭିଡିଲାନ୍ସ ଚଢାଉ ହୋଇଛି । ବରଗଡ ସହରରେ ୨ ମହଲା କୋଠା,୭ଟି ଜମି ଓ ୨ଟି ବାଇକ ଠାବ କରିଛି ଭିଜିଲାନ୍ସ । ଭଟଲି ବ୍ଲକର କେଷେଇପାଲି ଓ କେଲେଣ୍ଡାପାଲି ପଂଚାୟତରେ ନିର୍ବାହୀ ଅଧିକାରୀ ଅଛନ୍ତି ଉମେଶ ସେଠ୍ ।

Comments are closed.