ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନ

ଭୁବନେଶ୍ୱର- ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଧାନଙ୍କ ଘରେ ଚଢାଉ ହୋଇଛି । ଅଫିସ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଖଣ୍ଡଗିରି ହାଉସିଂବୋର୍ଡ କଲୋନିରେ ଥିବା ଘରେ ଚଢାଉ ହୋଇଛି । ପ୍ରଧାନଙ୍କ କାକଟପୁର ଶ୍ରୀଚନ୍ଦନପୁର ପୈତୃକ ବାସଭବନରେ ବି ଭିଜିିଲାନ୍ସ ଚଢାଉ କରିଛି ।

Comments are closed.