ଭେଟେରାନ ଆଥଲେଟ୍ ଇଶାର ସିଂହ ଦେଓଲଙ୍କ ପରଲୋକ

ଚଣ୍ଡିଗଡ଼ – ଭେଟେରାନ ଆଥଲେଟ୍ ଇଶାର ସିଂହ ଦେଓଲଙ୍କ ୯୧ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶନିବାର ସନ୍ଧ୍ୟାରେ ଦେଓଲଙ୍କ ଦେହାନ୍ତ ହୋଇଥିଲା । ରବିବାର ଜଲନ୍ଧରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ବୋଲି ପଞ୍ଜାବ ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି ।

ଦେଓଲଙ୍କ ଦେହାନ୍ତରେ ପଞ୍ଜାବ କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର, ବନ୍ଧୁ ପରିଜନଙ୍କୁ ସମବେଦନା ଜଣାଇଛନ୍ତି । ଦେଓଲ ୧୯୫୧ ଠାରୁ ବିଭିନ୍ନ ଅନ୍ତର୍ଜାତୀୟ ଇଭେଣ୍ଟରେ ଭାରତର ପ୍ରତିନିଧିତ୍ୱ କରି ଅନେକ ପଦକ ଜିତିଥିଲେ । କ୍ରୀଡ଼ାକ୍ଷେତ୍ର ପ୍ରତି ଆଜୀବନ ଅବଦାନ ପାଇଁ ୨୦୦୯ରେ ତାଙ୍କୁ ଧ୍ୟାନଚାନ୍ଦ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥିଲା ।

ଦେଓଲ ୩୦ ବର୍ଷ ଧରି ପଞ୍ଜାବ ଆଥଲେଟ୍ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ଥିଲେ । ତା’ଛଡ଼ା ସେ ଭାରତୀୟ ଆଥଲେଟିକ୍ ଫେଡେରେସନର ଉପ ସଭାପତି ମଧ୍ୟ ରହିଥିଲେ ।

Comments are closed.