ମମତାଙ୍କୁ ଆଉ ଏକ ଝଟକା: ଇସ୍ତଫା ଦେଲେ କ୍ରୀଡ଼ାମନ୍ତ୍ରୀ ଲକ୍ଷ୍ମୀରତନ ଶୁକ୍ଲା

କୋଲକାତା – ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଙ୍ଗଳବାର ଆଉ ଏକ ଝଟକା ଲାଗିଛି । କ୍ରୀଡ଼ାମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଲକ୍ଷ୍ମୀ ରତନ ଶୁକ୍ଲା ରାଜ୍ୟ କ୍ୟାବିନେଟ ଓ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମମତାଙ୍କୁ ନିକଟକୁ ପଠାଇ ଦେଇଛନ୍ତି । ଏହାର ଏକ ନକଲ ସେ ରାଜ୍ୟପାଳ ଜଗଦୀପ ଧନଖରଙ୍କ ନିକଟକୁ ବି ପଠାଇଛନ୍ତି । ସେ ମଧ୍ୟ ହାଓଡା ନଗର ତୃଣମୂଳ କଂଗ୍ରେସ ଦାୟିତ୍ୱରୁ ନିଜକୁ ମୁକ୍ତ କରିଛନ୍ତି । ନିକଟରେ ଟାଣୁଆ ନେତା ତଥା ରାଜ୍ୟ ପରିବହନ ମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ସହଯୋଗୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାଟି (ବିଜେପି)ରେ ଯୋଗ ଦେଇଥିଲେ । ଏବେ ଶୁକ୍ଲାଙ୍କ ଇସ୍ତଫା ପରେ ମମତାଙ୍କୁ ପୁଣି ଏକ ଧକ୍କା ଲାଗିଛି । ସେ ରାଜନୀତିରୁ ସନ୍ନ୍ୟାସ ନେବାକୁ ଚାହୁଁଛନ୍ତି ବୋଲି ୩୯ ବର୍ଷୀୟ ଶୁକ୍ଲା ତାଙ୍କ ଇସ୍ତଫା ପତ୍ରରେ କହିଛନ୍ତି ।

ଶୁକ୍ଲାଙ୍କ ଇସ୍ତଫା ନେଇ ମମତା କହିଛନ୍ତି ଯେ, ଶୁକ୍ଲା ରାଜନୀତି ଛାଡ଼ି କ୍ରୀଡ଼ାକୁ ଅଧିକ ସମୟ ଦେବାକୁ ଚାହୁଁଛନ୍ତି । ଯେ କେହି ବି ଇସ୍ତଫା ଦେଇପାରିବ । ଏହା ଏକ ବ୍ୟକ୍ତିଗତ ନିଷ୍ପତ୍ତି । ଏହାକୁ ନକାରାତ୍ମକ ଭାବେ ଉପସ୍ଥାପନ କରାଯିବା ଉଚିତ ନୁହେଁ ।

Comments are closed.