ମହାରାଷ୍ଟ୍ରରେ ଅଣାୟତ୍ତ ହେଉଛି କରୋନା, ନାଗପୁରରେ ଲକ୍‌ଡାଉନ୍ ଘୋଷଣା

ନାଗପୁର – ମହାରାଷ୍ଟ୍ରରେ କରୋନା ସଂକ୍ରମଣ ପୁଣି ଚିନ୍ତା ବଢ଼ାଇଲାଣି । ସ୍ଥିତି ଦିନକୁ ଦିନ ଅଣାୟତ୍ତ ହେଉଥିବା ବେଳେ ମହାରାଷ୍ଟ୍ର ସରକାର ରାଜ୍ୟର ଅନ୍ୟତମ ହଟ୍‌ସ୍ପଟ୍ ଜିଲ୍ଲା ନାଗପୁରରେ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ନାଗପୁରରେ କଡ଼ାକଡ଼ି ଭାବେ ଲକ୍‌ଡାଉନ୍ ଲାଗୁ ହେବ ବୋଲି ମହାରାଷ୍ଟ୍ର ଜିଲ୍ଲା ବ୍ୟାପାର ମନ୍ତ୍ରୀ ନିତିନ୍ ରାଉତ କହିଛନ୍ତି । ତେବେ ଲକ୍‌ଡାଉନ୍‌ ଅବଧିରେ ଅତ୍ୟାବଶକୀୟ ସେବା ଜାରି ରହିବ । ପନିପରିବା, କ୍ଷୀର, ଫଳ, ଔଷଧ ଦୋକାନ ଖୋଲା ରହିବ ।

ଗତ ଏକ ମାସ ଧରି ନାଗପୁର ଜିଲ୍ଲାରେ ସର୍ବାଧିକ କରୋନା ମାମଲା ବଢ଼ି ଚାଲିଛି । ନିତିନ୍ କହିଛନ୍ତି ଯେ, ନାଗପୁର ପୋଲିସ୍ କମିଶନରେଟ୍ ଅଧୀନ ଅଞ୍ଚଳରେ ଚଳିତ ମାସ ୧୫ରୁ ୨୧ ଯାଏଁ ଲକ୍‌ଡାଉନ୍ ଲାଗୁ ହେବ ।

ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହେଉଥିବାରୁ କିଛି ଅଞ୍ଚଳରେ ଲକ୍‌ଡାଉନ୍ ଲାଗୁ କରିବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି କିଛି ଦିନ ତଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଥିଲେ ।

Comments are closed.