ମହାରାଷ୍ଟ୍ର: ହସ୍ପିଟାଲରେ ନିଆଁ ଲାଗି ୪ ମୃତ

ମୁମ୍ବାଇ: ବୁଧବାର ଭୋର୍ ପ୍ରାୟ ୩ଟାରେ ମହାରାଷ୍ଟ୍ରର ଥାନାର ମୁମ୍ବ୍ରା ଅଞ୍ଚଳରେ ଏକ ଘରୋଇ ହସ୍ପିଟାଲ ପ୍ରାଇମ କ୍ରିଟିକେୟାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ପ୍ରାୟ ୨୦ ଜଣ ରୋଗୀଙ୍କୁ
ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଅଗ୍ନିକାଣ୍ଡ ପରେ ଆଇସିୟୁରେ ଭର୍ତ୍ତି ହୋଇଥିବା ୬ ଜଣ ରୋଗୀଙ୍କୁ ସ୍ଥାନାନ୍ତର କରାଯାଉଥିଲା ବେଳେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ବିଧାୟକ ଜିତେନ୍ଦ୍ର ଅଭାଦ ଏହି ଘଟଣା ପରେ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରାଥମିକ ତଦନ୍ତ ଅନୁଯାୟୀ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ ଥାନେ ମହାନଗର ନିଗମ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ଏବଂ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି।

Comments are closed.