ମାଟ୍ରିକ ପରୀକ୍ଷାର କାର୍ଯ୍ୟସୂଚୀ ପ୍ରକାଶ, ପ୍ରଥମ ଦିନ ମେ ୩ ତାରିଖରେ ଓଡିଆ ଭାଷା ପରୀକ୍ଷା, ଗଣିତ ପାଇଁ ଅଧିକ ୧୫ ମିନିଟ

ଭୁବନେଶ୍ୱର- ମେ ୩ ତାରିଖରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ପରୀକ୍ଷାର ସମୟ ସାରଣୀ ପ୍ରକାଶ କରାଯାଇଛି । ସକାଳ ୮ଟାରୁ ୧୦ଟା ଯାଏଁ ପରୀକ୍ଷା ଚାଲିବ । ମେ ୩ରେ ଓଡିଆ, ମେ ୫ରେ ଇଂରାଜୀ ଓ ୭ ତାରିଖରେ ତୃତୀୟ ଭାଷା ହିନ୍ଦୀ ପରୀକ୍ଷା ହେବ । ମେ ୮ ତାରିଖରେ ସଂସ୍କୃତ , ୯ତାରିଖରେ ଭିଜୁଆଲ ଆର୍ଟ, ୧୦ ତାରିଖରେ ଗଣିତ , ମେ ୧୨ରେ ବିଜ୍ଞାନ ଓ ମେ ୧୫ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ ।

ଏଥର କେବଳ ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ସମୟ ମିଳିବ । ପରୀକ୍ଷା ଆରମ୍ଭ ହେବାର ୧୫ ମିନିଟ ଆଗରୁ ବଂଟାଯିବ ପ୍ରଶ୍ନପତ୍ର । ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ସକାଳ ୮ଟାରୁ ୯ଟା ଚାଲିବ । ଦୀର୍ଘ ଉତ୍ତରମୂଳକ ପରୀକ୍ଷା ସକାଳ୯ଟାରୁ ୧୦ ଯାଏ ଚାଲିବ ।

Comments are closed.