ମାଲକାନଗିରିରେ ବିପୁଳ ପରିମାଣର ଗୁଟଖା ଜବତ, ୮ ଗିରଫ

ମାଲକାନଗିରି- ବେଆଇନ ଭାବେ ଗୁଟଖା ଚାଲାଣ କରୁଥିବା ଅଭିଯୋଗରେ ମାଲକାନଗିରି ପୋଲିସ ୮ ଜଣଙ୍କୁ ଗିରଫ କରିଛି । ବିଭିନ୍ନ ବ୍ରାଣ୍ଡର ୧୨୪ ବ୍ୟାଗ୍ ଗୁଟଖା ସେମାନଙ୍କଠାରୁ ଜବତ କରାଯାଇଛି । ଜବତ ଗୁଟଖାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଅଭିଯୁକ୍ତମାନଙ୍କଠାରୁ ଏକ ଅଟୋ ରିକସା ବି ଜବତ କରାଯାଇଛି । ମାଲକାନଗିର ବସଷ୍ଟାଣ୍ଡରୁ କାଲିମେଳାକୁ ବିପୁଳ ପରିମାଣରେ ଗୁଟଖା ଚାଲାଣ ହେଉଥିବାର ସୂଚନା ମିଳିବା ପରେ ମାଲକାନଗିରି ପୋଲିସର ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ।

Comments are closed.