ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲାରେ ଧାନକିଣା ପ୍ରକ୍ରିୟା ମନ୍ଥର, ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଧୀମେଇ ଯାଇଛି । ଗତବର୍ଷ ଅପେକ୍ଷା ଏଥର ଧାନ କିଣା ପ୍ରକ୍ରିୟା ବହୁତ ମନ୍ଥର ରହିଛି । ଧାନ କିଣା ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏ ନେଇ ସେ ଟ୍ୱିଟ୍ କରିବା ସହ ୩ ଜିଲ୍ଲାର ଜିଲ୍ଲାପାଳଙ୍କୁ ଟ୍ୟାଗ୍ କରିଛନ୍ତି ।

Comments are closed.