ମୋଦିଙ୍କୁ ପୁଣି ରାହୁଲଙ୍କ ଟାର୍ଗେଟ: ଲୋକଙ୍କ ଜୀବନ ଚାଲିଯାଉ ପଛେ ପ୍ରଧାନମନ୍ତ୍ରୀଙ୍କ ଟିକସ ଆଦାୟ ବନ୍ଦ ନ ହେଉ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କରୋନା ଭାକ୍ସିନ୍ ନେଇ ମୋଦି ସରକାରଙ୍କ ଉପରେ ପୁଣି ଥରେ ଆକ୍ରମଣ କରିଛନ୍ତି। କେନ୍ଦ୍ର କରୋନା ଟିକା ଉପରେ ରାଜ୍ୟଗୁଡିକରୁ ପାଞ୍ଚ ପ୍ରତିଶତ ଜିଏସଟି ନେଉଛି। ରାହୁଲ ଗାନ୍ଧୀ ଏହାକୁ ବିରୋଧ କରିଛନ୍ତି। ଏହାପୂର୍ବରୁ ରାଜସ୍ଥାନ ଏବଂ ଛତିଶଗଡ ସରକାର ମଧ୍ୟ ଟିକା ଉପରେ ଜିଏସଟି ଲାଗୁ କରିବାକୁ ବିରୋଧ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଟିକା ଉପରୁ ଜିଏସଟି ଛାଡ଼ କରିବା ପାଇଁ ଅନୁରୋଧ କରିଛନ୍ତି ।
ଟିକା ଉପରେ ଜିଏସଟି ନେଇ ରାହୁଲ ଗାନ୍ଧୀ ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ସେ ଲେଖିଛନ୍ତି, “ଲୋକଙ୍କ ଜୀବନ ଚାଲିଯାଉ ପଛେ ପ୍ରଧାନମନ୍ତ୍ରୀଙ୍କ ଟିକସ ଆଦାୟ ବନ୍ଦ ନ ହେଉ ।”

ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୫ ଘଣ୍ଟା ମଧ୍ୟରେ ରେକର୍ଡ ୪୧୮୭ ଜଣଙ୍କର ମୃତ୍ୟୁ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ଦିନକରେ ପୁଣି ୪,୦୧,୦୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ୨ କୋଟି ୧୮ ଲକ୍ଷ ୯୨ ହଜାର ୬୭୬ ଲୋକ କରୋନା ସଂକ୍ରମିତ ହୋଇଛନ୍ତି |

Comments are closed.