ରାଜଧାନୀରେ ଘରୋଇ ହସପିଟାଲରୁ ୪ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀର ଗୋଟିଏ ଘରୋଇ ହସପିଟାଲରୁ ଗତ ୨୪ ଘଂଟା ମଧ୍ୟରେ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେୟାର ହସପିଟାଲରେ ଆଉ ୪ ଜଣ ବ୍ଲାକ୍ ଫଙ୍ଗସ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଚିହ୍ନଟ ଆକ୍ରାନ୍ତଙ୍କ ମୁଣ୍ଡ ବିନ୍ଧିବା, ଆଖି ଫୁଲିଯିବା, ଅଣଃନିଶ୍ୱାସୀ ଲାଗିବା, ଅଧା ମୁହଁ ଫୁଲିଯିବା ଭଳି ଲକ୍ଷଣ ଦେଖାଯିବା ସହ ଜ୍ୱର ମଧ୍ୟ ରହୁଛି । ସୋମବାର ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ଜଣେ ୭୧ ବର୍ଷିୟ ବ୍ୟକ୍ତି ବ୍ଲାକ୍ ଫଙ୍ଗସ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଗତମାସ ୨୦ ତାରିଖରେ ସେ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହି ମାସ ୮ ତାରିଖରେ ତାଙ୍କ ଆଖି ଫୁଲିବା ସହ ନାକରୁ କଳାପାଣି ବାହାରିଥିଲା । ପୁରୁଣା ଏୟାର କୁଲର ବ୍ୟବହାର ଯୋଗୁଁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି ।

Comments are closed.