ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କଲେ ୫-ଟି ସଚିବ ଭି.କେ ପାଣ୍ଡିଆନ, ଶୈକ୍ଷିକ ପରିବେଶ ନେଇ ଆଲୋଚନା

ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ସକାଳେ ରାଜଧାନୀର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । କ୍ୟାପିଟାଲ ହାଇସ୍କୁଲ, ୟୁନିଟ-୬, ୟୁନିଟ-୧, ଆଇଆରସି ଭିଲେଜ ସ୍କୁଲ ସମେତ ୟୁନିଟ-୯ ବାଳିକା ହାଇସ୍କୁଲ ମଧ୍ୟ ପରିଦର୍ଶନ କରିଛନ୍ତି । ଶିକ୍ଷକ ଓ ଏସଏମସି ସଦସ୍ୟଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ ।

ସ୍ମାର୍ଟ କ୍ଲାସରୁମ, ସାଇନ୍ସ ଲ୍ୟାବ, ଲାଇବ୍ରେରୀ ରୁମ, କ୍ରୀଡା ସୁବିଧା ଓ ଦଶମ ରେଜଲ୍ଟ ନେଇ ପଚାରି ବୁଝିଛନ୍ତି ପାଣ୍ଡିଆନ । କଣ କଲେ ରେଜଲ୍ଟରେ ଉନ୍ନତି ଆସିପାରିବ, ସେ ନେଇ ପାଣ୍ଡିଆନ୍ ଆଲୋଚନା କରିଛନ୍ତି । ମୋ ସ୍କୁଲ୍ କା ର୍ଯ୍ୟକ୍ରମର ଅନୁଧ୍ୟାନ କରିଛନ୍ତି ୫-ଟି ସଚିବ । କିଛି ସ୍କୁଲରେ ମୋ ସ୍କୁଲ କାର୍ଯ୍ୟକ୍ରମ ଭଲ ଚାଲିଛି ବୋଲି ୫-ଟି ସଚିବ କହିଛନ୍ତି ।

ସ୍କୁଲରେ ପାଠପଢା ପରିବେଶ ସୃଷ୍ଟି ନେଇ ବି ଅଲୋଚନା କରିଛନ୍ତି ୫-ଟି ସଚିବ । ପାଣ୍ଡିଆନଙ୍କ ସହ ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ବି ସ୍କୁଲ ପରିଦର୍ଶନ କରିଛନ୍ତି ।

Comments are closed.