ରାଜ୍ୟରେ କୋରୋନାର ୧ ହଜାର ୩୭୪ ନୂଆ ମାମଲା, ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୫୫, ଖୋର୍ଦ୍ଧାରୁ ୧୯୩

ଭୁବନେଶ୍ୱର – ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ପାଇ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୧ ହଜାର ଟପିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧ ହଜାର୩୭୪ ନୂଆ ମାମଲା ଚିହ୍ନଟ ହୋଇଛି । ସଂଗରୋଧରୁ ୮୧୨ ଓ ସ୍ଥାନୀୟ ଅଂଚଳରୁ ୫୬୨ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୩୫୫ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୯୩ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୧୩୫, ସମ୍ବଲପୁରରୁ ୭୭, ବରଗଡରୁ ୫୯, ଝାରସୁଗୁଡାରୁ ୫୨, କଟକରୁ ୫୧, ରାୟଗଡାରୁ ୪୭, କଳାହାଣ୍ଡିରୁ ୪୫, ପୁରୀରୁ ୪୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୩୩, ଭଦ୍ରକରୁ ୩୦, ମୟୂରଭଂଜରୁ ୨୬, ଯାଜପୁରରୁ ୨୫, କେନ୍ଦୁଝରରୁ ୨୪, ନବରଙ୍ଗପୁରରୁ ୨୦ ଓ ଗଂଜାମ ଜିଲ୍ଲାରୁ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

ରାଜ୍ୟରେ ଏ ଯାଏଁ ମୋଟ ୩ ଲକ୍ଷ ୪୮ ହଜାର ୧୮୨ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ ଲକ୍ଷ ୩୯ ହଜାର ୨ ଶହ ସୁସ୍ଥ ହୋଇସାରିଛନ୍ତି । ୭୦୦୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.