ରାଜ୍ୟରେ ଟିକାକରଣ ପାଇଁ ଜୋରଦାର ପ୍ରସ୍ତୁତି, ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଥମିକତା, ଆଗୁଆ ପଞ୍ଜିକରଣ ବାଧ୍ୟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଟିକା ଆସିଲେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ । ବିଭିନ୍ନ ରୋଗରେ ଆକ୍ରାନ୍ତ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ଟିକାକରଣରେ ପ୍ରାଥମିକତା ଦିଆଯିବ ବୋଲି ଡିଏମଇଟି ସି.ବି.କେ ମହାନ୍ତି ସୂଚନା ଦେଇଛନ୍ତି । କେନ୍ଦ୍ର ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଂଜିକରଣ କରିବାକୁ ପଡିବ । ସ୍ପଟ୍ ପଂଜିକରଣ ହେବ ନାହିଁ । କେବଳ ପୋର୍ଟାଲରେ ହିଁ ପଂଜିକରଣ କରିବାକୁ ହେବ । ପରିଚୟ ପତ୍ର ଦେଇ ପଂଜିକରଣ କରିବାକୁ ପଡିବ । ଗୋଟିଏ ସେଂଟରରେ ୧୦୦ରୁ ୨୦୦ ଲୋକଙ୍କୁ ଟିକା ଦିଆଯିବ । ଟିକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟସ୍ତରରୁ ବ୍ଲକ ସ୍ତର ଯାଏଂ ଟାସ୍କ ଫୋର୍ସ ଗଠନ କରାଯାଇଛି ବୋଲି ଡିଏମଇଟି କହିଛନ୍ତି ।

ସେ କହିଛନ୍ତି ଯେ, ରାଜ୍ୟସ୍ତରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯାଏଁ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଟିକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି । ଟିକା ପାଇଁ ଆବଶ୍ୟକ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଅଛନ୍ତି ବୋଲି ଡିଏମଇଟି ସୂଚନା ଦେଇଛନ୍ତି ।

Comments are closed.