ରାଜ୍ୟରେ ଟେଷ୍ଟିଂ କମିଥିବା ଖବରକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ଅସ୍ୱୀକାର

ଭୁବନେଶ୍ୱର- ଦେଶରେ ମେ ମାସ ଦ୍ୱିତୀୟ ସପ୍ତାହ ବେଳକୁ କୋରୋନା ସଂକ୍ରମଣ ଶୀର୍ଷରେ ରହିପାରେ । ଆଇଆଇଟି କାନପୁର ଷ୍ଟଡି ଏହି ଅନୁମାନ କରିଛି ବୋଲି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଏଥିପାଇଁ ସତର୍କ ରହିବାକୁ ହେବ ବୋଲି ସେ କହିଛନ୍ତି । ନିରଞ୍ଜନ କହିଛନ୍ତି ଯେ, ଆମ ରାଜ୍ୟରେ ଟେଷ୍ଟିଂ କମିନାହିଁ । ରେମଡେସିଭିର ରାମବାଣ ନୁହେଁ । ଏହା କେବଳ ଗୁରୁତର ରୋଗୀଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ଘରେ ଏହି ଔଷଧ ରଖି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । କୋଭିଡ ରୋଗୀଙ୍କ ପାଇଁ ଆଗକୁ ବେଡ୍‌ର ଅଭାବ ରହିବ ନାହିଁ । ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେହି ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି ।

Comments are closed.