ରାଜ୍ୟରେ ଟ୍ରିପଲ ମ୍ୟୁଟାଂଟ ଭାଇରସ ଚିହ୍ନଟ ହୋଇନାହିଁ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ଏବେ ସୁଦ୍ଧା ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇନାହିଁ । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସପ୍ତାହାନ୍ତ ସଟଡାଉନରେ ଟିକାକରଣ ବନ୍ଦ ରହିବ । ଦ୍ୱିତୀୟ ଡୋଜ୍ ଟିକା ନେଲେ ମୃତ୍ୟୁହାର କମ୍ ରହିବ । ସଂକ୍ରମଣ ବ୍ୟାପିବ ନାହିଁ ବୋଲି ସେ କହିଛନ୍ତି । ଓଡିଶାରେ ୫୪ ଲକ୍ଷ ଡୋଜ୍ ଦିଆଯାଇଛି । ଟିକା ନେଲା ପରେ ମାତ୍ର ୫୦ ଜଣ ସଂକ୍ରମିତ ହୋଇଛନ୍ତି ।
ରାଜ୍ୟ ସରକାର ଘରୋଇ ହସପିଟାଲଗୁଡିକୁ ଟିକା ଦେବେ ନାହିଁ । ଘରୋଇ ହସପିଟାଲଗୁଡିକ ସିଧାସଳଖ ଟିକା ଉତ୍ପାଦନକାରୀଙ୍କଠୀରୁ ଟିକା କିଣିବେ । ଟିକା ଅଭାବରୁ ରାଜ୍ୟରେ ୮ ଶହ କେନ୍ଦ୍ରରେ ଟିକାକରଣ ବନ୍ଦ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

Comments are closed.