ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି, ୪୨ ଡିଗ୍ରୀ ସହ ମାଲକାନଗିରି ଉତ୍ତପ୍ତ ସହର

ଭୁବନେଶ୍ୱର-ତିନି ଦିନର ପ୍ରବଳ ଗ୍ରୀଷ୍ମ ପ୍ରବାହ ପରେ ସାରାରାଜ୍ୟରେ ଆଜି ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ୪୨ ଡିଗ୍ରୀ ସହ ମାଲକାନଗିରି ରାଜ୍ୟର ଉତ୍ତପ୍ତ ସହର ହୋଇଛି । ସମ୍ବଲପୁରରେ ୪୧ ଦଶମିକ୬, ତାଳଚେରରେ ୪୧ ଦଶମିକ ୫, ଟିଟିଲାଗଡରେ ୪୧ ଦଶମିକ ୨, ସୁନ୍ଦରଗଡ ଓ ଝାରସୁଗୁଡାରେ ୪୧ , ଭବାନୀପାଟଣା ଓ ହୀରାକୁଦରେ ୪୦ ଦଶମିକ ୫, ବାରିପଦାରେ ୪୦, କଟକରେ ୩୭ ଦଶମିକ ୪ ଓ ଭୁବନେଶ୍ୱରରେ ୩୮ ଦଶମିକ ୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

Comments are closed.