ରାଜ୍ୟରେ ଦିନକରେ ୩ ହଜାର ୫୪୩ ନୂଆ କୋରୋନା ରୋଗୀ, ଦୈନନ୍ଦିନ ସଂକ୍ରମଣ ସଂଖ୍ୟାରେ ଖୋର୍ଧା ଜିଲ୍ଲାର ସର୍ବକାଳିନ ରେକର୍ଡ, ସର୍ବାଧିକ ୮୭୯ ରୋଗୀ ଚିହ୍ନଟ, ମୟୂରଭଂଜରୁ ୩୨୬, ଆଉ ୭ ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର – ରାଜ୍ୟରେ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୩ ହଜାର ୫୪୩ ନୂଆ କୋରୋନା ରୋଗୀ । ସଂଗରୋଧରୁ ୨ ହଜାର ୧୬୧ ଓ ସ୍ଥାନୀୟ ଅଂଚଳରୁ ୧ ହାର ୩୮୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିିଲ୍ଲାରୁ ସର୍ବକାଳିନ ରେକର୍ଡ ୮୭୮ ଚିହ୍ନଟ ହୋଇଥିଲା ବେଳେ ମୟୂରଭଂଜ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୬ ରୋଗୀ । କଟକରୁ ୨୯୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ବରଗଡ ଜିଲ୍ଲାରୁ ୨୭୪, ଯାଜପୁରରୁ ୨୦୬ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୩ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୨ ନୂଆ ରୋଗୀ ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୨୦ ହଜାର ୨୨୧କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୨୯ ହଜାର ୨୯୯ । ଏ ଯାଏଁ ରାଜ୍ୟରେ ୯୦ ହଜାର ୩୩୧ ଜଣ ସୁସ୍ଥ ହୋଇସାରିଲେଣି । ଏଣେ ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୭ ଜଣଙ୍କ ମୃତ୍‌୍ୟୁ ହୋଇଛି ।

Comments are closed.