ରାଜ୍ୟରେ ସଂକ୍ରମଣ ସ୍ଥିତି ନେଇ ଭୟଭୀତ ହେବାର କାରଣ ନାହିଁ : ଡିଏମଇଟି

ଭୁବନେଶ୍ୱର- ଓଡିଶାରେ କୋରୋନା ସଂକ୍ରମଣ ସମାନ୍ତରାଳ ବା ପ୍ଲାଟୋ ସ୍ଥିତିରେ ରହିଛି । କେତେବେଳେ ବଢୁଛି ତ କେତେବେଳେ ଖସୁଛି । ଗତକାଲି ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ସଂଖ୍ୟା ୮ ହଜାରରୁ ଅଧିକ ଥିଲା । ଆଜି ଏହି ସଂଖ୍ୟା ପ୍ରାୟ ୭ ହଜାର ରହିଛି । ତେବେ,ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି । ସେ କହିଛନ୍ତି ଯେ, ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ମୃତ୍ୟୁ ସଂଖ୍ୟା କମ୍ । ଯେ କୌଣସି ସ୍ଥିତି ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରସ୍ତୁତ ବୋଲି ମହାନ୍ତି କହିଛନ୍ତି ।

Comments are closed.