ରାଜ୍ୟରେ ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୧୦୪୧୩ ନୂଆ ପଜିଟିଭ ଚିହ୍ନଟ, ଖୋର୍ଦ୍ଧା ଜିଲ୍ଲାରୁ ସବାଧିକ ୧୭୯୬

ଭୁବନେଶ୍ୱର- ରାଜ୍ୟରେ ୧୦ ହଜାର ଟପିଲା ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୪୧୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୮୮୭ ଓ ସ୍ଥାନୀୟ ଅଂଚଳରୁ ୪ ହଜାର ୫୨୬ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୭୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୧୧୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକରୁ ୮୨୮, ପୁରୀରୁ ୫୩୩, ବରଗଡରୁ ୫୧୧, ଝାରସୁଗୁଡାରୁ ୪୪୨, ସମ୍ବଲପୁରରୁ ୪୨୬, ନୂଆପଡାରୁ ୪୧୮, ଅନୁଗୁଳରୁ ୩୯୨, କଳାହାଣ୍ଡିରୁ ୩୭୬, ନବରଙ୍ଗପୁରରୁ ୩୭୮, ଯାଜପୁରରୁ ୩୩୨, ମୟୂରଭଞ୍ଜରୁ ୨୪୭, ଜଗତସିଂହପୁରରୁ ୨୪୧,ଗଞ୍ଜାମରୁ ୨୩୨, ନୟାଗଡରୁ ୨୧୮ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରୁ ୧୬୦, ଗଜପତିରୁ ୧୫୬, ବାଲେଶ୍ୱରରୁ ୧୨୪, କେନ୍ଦୁଝରରୁ ୧୨୬, ସୋନପୁରରୁ ୧୩୦ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୧୧ ଜଣ ପ୍ରାଣ ହରାଇଛନ୍ତି । ଏଥିସହ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୫୪କୁ ବୃଦ୍ଧି ପାଇଛି ।
ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭କୁ ବୃଦ୍ଧି ପାଇଛି । ୩ ଲକ୍ଷ ୮୫ ହଜାର ୪୧୪ ସୁସ୍ଥ ହୋଇସାରିଲେଣି । ୬୭ ହଜାର ୮୬ ଜଣ ଚିକିତ୍ସିତ ହେଉଛନ୍ତି ।

Comments are closed.