ରାଜ୍ୟରେ ୩ ହଜାର ୬ ଶହ ନୂଆ କୋରୋନା ଆକ୍ରାନ୍ତ, ଖୋର୍ଧାରୁ ୭୬୬ ଚିହ୍ନଟ

ଭୁବନେଶ୍ୱର –ରାଜ୍ୟରେ ଆଉ ୩ ହଜାର ୬ ଶହ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ ହଜାର ୧୦୯ ଓ ସ୍ଥାନୀୟ ଅଂତଳରୁ ୧ ହଜାର ୪୯୧ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୭୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୩୫୮, ମୟୂରଭଂଜରୁ ୧୫୬, ଯାଜପୁରରୁ ୧୩୯, କେନ୍ଦ୍ରାପଡାରୁ ୧୨୯, ସୋନପୁରରୁ ୧୨୯, ସମ୍ବଲପୁରରୁ ୧୨୬, ନବରଂଗପୁରରୁ ୧୧୬, ପୁରୀରୁ ୧୧୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୦୭, ବରଗଡରୁ ୧୦୬, କେନ୍ଦୁଝରରୁ ୧୦୬, ବଲାଙ୍ଗିରରୁ ୯୯ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୩୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା

ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୨୬ ହଜାର ୩୩୪କୁ ବୃଦ୍ଧି ପାଇଥିବା ବେଳେ ଏଥିମଧ୍ୟରୁ ୧ ଲକ୍ଷ ୯୦ ହଜାର ୮୦ ଜଣ ସୁସ୍ଥ ହୋଇସାରିଲେଣି । ୩୫ ହଜାର ୩୨୬ ଜଣ ଚିକିତ୍ସାଧୀନ ଅଛନ୍ତି ।

ଗତ ୨୪ ଘଂଟାରେ ରାଜ୍ୟରେ କୋରୋନାରେ ଆଉ ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୮୭୫ରେ ପହଂଚିଛି ।

Comments are closed.