ରାଜ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ, ଆଜିଠାରୁ ୧୪ ଦିନିଆ ଲକଡାଉନ ଆରମ୍ଭ, ଜାରି ରହିବ ଅତ୍ୟାବଶ୍ୟକ ସେବା

ଭୁବନେଶ୍ୱର –ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯ ହଜାର ୮୮୯ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୩୧, ସୁନ୍ଦରଗଡରୁ ୧ ହଜାର ୧୩୭, କଟକରୁ ୭୯୦, ବରଗଡରୁ ୪୮୩, ସମ୍ବଲପୁରରୁ ୪୭୦, ପୁରୀରୁ ୪୩୬, ଅନୁଗୁଳରୁ ୪୪୩, କଳାହାଣ୍ଡିରୁ ୪୧୪, ନବରଙ୍ଗପୁରରୁ ୪୧୪, ଝାରସୁଗୁଡାରୁ ୩୮୬, ନୂଆପଡାରୁ ୩୩୫, ବଲାଙ୍ଗୀରରୁ ୩୨୬, ଗଞ୍ଜାମରୁ ୩୧୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଯାଜପୁରରୁ ୨୮୨, ମୟୂରଭଞ୍ଜରୁ ୨୪୩, ନୟାଗଡରୁ ୨୨୩, କେନ୍ଦୁଝରରୁ ୧୯୫, ସୋନପୁରରୁ ୧୫୮, ଜଗତସିଂହପୁରରୁ ୧୫୬, ବାଲେଶ୍ୱରରୁ ୧୫୧, କେନ୍ଦ୍ରାପଡାରୁ ୧୩୩, ବୌଦ୍ଧରୁ ୧୨୯, ଗଜପତିରୁ ୧୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଗତ ୨୪ ଘଂଟାରେ ୧୬ ଜଣ ଲୋକଙ୍କ କୋରୋନାରେ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୨ ହଜାର ୧୪କୁ ବୃଦ୍ଧି ପାଇଛି ।

ରାଜ୍ୟରେ କୋରୋନାର ଦ୍ୱିତୀୟ ପ୍ରବାହରେ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାକୁ ବିଭିନ୍ନ ପଦକ୍ଷେପ ସହ ଆଜିଠାରୁ ସାରା ରାଜ୍ୟରେ ଲକଡାଉନ ଆରମ୍ଭ ହୋଇଛି । ଏହା ୧୯ ତାରିଖ ଯାଏ ବଳବତ୍ତର ରହିବ । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ସକାଳ ୬ରୁ ୧୨ ମଧ୍ୟରେ ଲୋକେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ । ଲକଡାଉନ ବେଳେ ସପ୍ତାହାନ୍ତ ସଟ୍‌ଡାଉନ ବି ଜାରି ରହିବ ।

Comments are closed.