ରାସ୍ତାକଡର ଲୋକଙ୍କୁ ଖାଦ୍ୟବସ୍ତ୍ର ନ ଦେବା ଲାଗି ବିଏମସିର ଅନୁରୋଧ

ଭୁବନେଶ୍ୱର- ରାସ୍ତାକଡରେ ରହୁଥିବା ବାସଶୂନ୍ୟ ଲୋକଙ୍କୁ ଆଗ୍ରହୀ ବ୍ୟକ୍ତି ଓ ଅନୁଷ୍ଠାନ ଖାଦ୍ୟ ବସ୍ତ୍ର ବଂଟନ ନ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଅନୁରୋଧ କରାଯାଇଛି । ବିନା ଅନୁମତିରେ ରାସ୍ତାକଡର ଲୋକଙ୍କୁ ଖାଦ୍ୟ ବସ୍ତ୍ର ବଂଟନ କରାଯାଉଥିବାରୁ ସେହି ଲୋକମାନଙ୍କର ରାସ୍ତାକଡ ଛାଡି ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ପରିଚାଳିତ ହେଉଥିବା ଆଶ୍ରୟସ୍ଥଳୀରେ ରହିବାର ମାନସିକତା ପରିବର୍ତନ ହେଉନାହିଁ ।ଫଳସ୍ୱରୂପ ଭୁବନେଶ୍ୱରକୁ ଏକ ଭିକ୍ଷାବୃତ୍ତି ସହରରେ ପରିଣତ କରିବାର ସବୁ ଉଦ୍ୟମ ବିଫଳ ହୋଇଛି ବୋଲି ବିଏମସି କହିଛି ।

ରାସ୍ତାକଡର ଲୋକଙ୍କୁ ଏଣିକି ଆଗ୍ରହୀ ବ୍ୟକ୍ତି କିମ୍ବା ଅନୁଷ୍ଠାନ ଖାଦ୍ୟ ବସ୍ତ୍ର ବଂଟନ ନ କରି ଅନୁମତି ନେଇ ବିଏସପି ଆଶ୍ରୟସ୍ଥଳୀରେ ବସବାସ କରୁଥିବା ଲୋକଙ୍କୁ ଖାଦ୍ୟ ବସ୍ତ୍ର ବଂଟନ କରିପାରିବେ । ଏହାର ଉଲ୍ଲଂଘନ କଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ବିଏମସି କହିଛି ।

Comments are closed.