ରିୟା ଚକ୍ରବର୍ତୀଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ ନେଇ ଡିଜିପିଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ତଦନ୍ତର ସମ୍ମୁଖୀନ ହୋଇଥିବା ରିୟା ଚକ୍ରବର୍ତୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଏବେ ରିୟାଙ୍କ ନାଁ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ୍ ମାମଲାରେ ଆସିଛି ।

ତେବେ, ରିୟାଙ୍କ ଭୁବନେଶ୍ୱର ଡ୍ରଗ୍ସ ଲିଙ୍କ୍ ମାମଲାରେ ଡିଜିପି ଅଭୟ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏ ନେଇ ଏନସିବି ତଦନ୍ତ କରୁଛି । ସେ ନେଇ ଓଡିଶା ପୋଲିସ କିଛି କରିପାରିବ ନାହିଁ । ତଦନ୍ତ ପାଇଁ ଯୋଗାଯୋଗ କରାଗଲେ ଓଡିଶା ପୋଲିସ ସହଯୋଗ କରିବ ବୋଲି ଡିିଜିପି କହିଛନ୍ତି ।

 

Comments are closed.