ରୋହିତ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ, କାଲି ଯିବେ ଅଷ୍ଟ୍ରେଲିଆ

ନୂୂଆଦିଲ୍ଲୀ – ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆକୁ ବଡ଼ ଆଶ୍ବସ୍ତି ମିଳିଛି । ଟିମ୍ ଇଣ୍ଡିଆର ଷ୍ଟାର ଓପନର୍ ରୋହିତ ଶର୍ମା ଜାତୀୟ କ୍ରିକେଟ୍ ଏକାଡେମୀ(ଏନସିଏର)ରେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରୋହିତ ଶର୍ମା ଆସନ୍ତାକାଲି ଅଷ୍ଟ୍ରେଲିଆ ଯିବେ। ତେବେ ରୋହିତ ଶର୍ମା ଏହି ଗସ୍ତରେ କେତୋଟି ଟେଷ୍ଟ ଖେଳିବେ ତାହା ସ୍ପଷ୍ଟ ହୋଇନାହିଁ।
ରୋହିତ ଶର୍ମା ଗତ ୨୦ ଦିନ ଧରି ଜାତୀୟ କ୍ରିକେଟ୍ ଏକାଡେମୀରେ ତାଙ୍କ ଫିଟନେସ୍ ଉପରେ କାମ କରୁଥିଲେ | ଏହାପୂର୍ବରୁ ନଭେମ୍ବର ୨୦ ରେ ରୋହିତ ଶର୍ମା ଏନସିଏରେ ଫିଟନେସ ପରୀକ୍ଷା ଦେଇଥିଲେ।
ସୂଚନା ଅନୁଯାୟୀ, ରୋହିତ ଶର୍ମା ଆଜି ସକାଳେ ଫିଟନେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ରୋହିତ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ଚାରିଟି ଯାକ ଟେଷ୍ଟ ମ୍ୟାଚ୍ ଖେଳି ନ ପାରନ୍ତି ।
ଅଷ୍ଟ୍ରେଲିଆରେ ବେଶ୍ କଡ଼ା କ୍ବାରେଣ୍ଟାଇନ୍ ନିୟମ ରହିଛି | ଅଷ୍ଟ୍ରେଲିଆରେ ପହଞ୍ଚିବା ପରେ ରୋହିତଙ୍କୁ ୧୪ ଦିନ ପାଇଁ କ୍ବାରେଣ୍ଟାଇନରେ ରହିବାକୁ ପଡ଼ିବ | ଏଭଳି ସ୍ଥଳେ ରୋହିତ ଶେଷ ଦୁଇଟି ଟେଷ୍ଟ ପାଇଁ ଉପଲବ୍ଧ ହୋଇପାରନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଜାନୁଆରୀ ୯ରୁ ଖେଳାଯିବ ।

Comments are closed.