ଲକଡାଉନ ଯୋଗୁଁ ଓଡିଶାକୁ ଫେରିଥିଲେ ୧୦ ଲକ୍ଷରୁ ଅଧିକ ପ୍ରବାସୀ, ବିଧାନସଭାରେ ସୂଚନା ଦେଲେ ଶ୍ରମମନ୍ତ୍ରୀ

ଭୁବନେଶ୍ୱର- କୋରୋନା ଯୋଗୁଁ ଜାରି ହୋଇଥିବାଲ ଲକଡାଉନ ସମୟରେ ରାଜ୍ୟକୁ ୧୦ ଲକ୍ଷରୁ ଅଧିକ ପ୍ରବାସୀ ଫେରିଥିଲେ । ଆଜି ବିଧାନସଭାକୁ ଏ ବିଷୟ ଜଣାଇଛନ୍ତି ଶ୍ରମମନ୍ତ୍ରୀ । ଓଡିଶାକୁ ସେ ସମୟରେ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଫେରିଥିଲେ । ରାଜ୍ୟ ସରକାର ପ୍ରବାସୀଙ୍କ ରୋଜଗାର ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି ।

Comments are closed.