ଲଗାତର ଦ୍ୱିତୀୟ ଦିନ ଧରି ରାଜ୍ୟରେ କୋରୋନା ସଂକ୍ରମଣ ନିମ୍ନଗାମୀ, ୩ ହଜାର ୨୩୫ ନୂଆ ମାମଲା, ଖୋର୍ଧାରୁ ୫୦୬ ରୋଗୀ ଚିହ୍ନଟ, ଗଂଜାମରୁ ୨୮

ଭୁବନେଶ୍ୱର- ରାଜ୍ୟରେ ଲଗାତର ଦ୍ୱିତୀୟ ଦିନ ଧରି କୋରୋନା ସଂକ୍ରମିତ ମାମଲା ହ୍ରାସ ପାଇଛି । ଗତ ୨୪ ଘଂଟାରେ ୩୦ଟି ଜିଲ୍ଲାରୁ ୩ ହଜାର ୨୩୫ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୧ ହଜାର ୯୧୫ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୩୨୦ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ପୂର୍ବାପେକ୍ଷା ସାମାନ୍ୟ ହ୍ରାସ ପାଇଛି । ଜିଲ୍ଲାରୁ ୨୪ ଘଂଟାରେ ଚିହ୍ନଟ ହୋଇଛନ୍ତି ୫୦୬ ରୋଗୀ । କଟକରୁ ୩୧୮, ଅନୁଗୁଳରୁ ୧୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ବରଗଡରୁ ୧୩୭, ନବରଂଗପୁରରୁ ୧୨୪, ସମ୍ବଲପୁରରୁ ୧୨୦, ଯାଜପୁରରୁ ୧୧୦, ବଲାଙ୍ଗୀରରୁ ୧୦୧ , କେନ୍ଦ୍ରାପଡାରୁ ୧୦୩, ନୂଆପଡାରୁ ୧୦୬, ମୟୂରଭଂଜରୁ ୧୧୮, ସୁନ୍ଦରଗଡରୁ ୧୦୧ ଓ ପୁରୀରୁ ୭୯ ଜଣ ଚିହ୍ନଟ ହୋଇଛନ୍ତି ।
ଗଂଜାମ ଜିଲ୍ଲାରୁ ମାତ୍ର ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା କି ଗତ କିଛି ମାସରେ ସର୍ବନିମ୍ନ । ରାଜ୍ୟରେ ଏ ଯାଏଁ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୨ ହଜାର ୬୦୯କୁ ବୃଦ୍ଧି ପାଇଥିବା ବେଳେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୩୮ ହଜାର ୧୭୨ । ରାଜ୍ୟରେ ୧ ଲକ୍ଷ ୭୩ ହଜାର ୫୭୧ ରୋଗୀ ସୁସ୍ଥ ହୋଇସାରିଲେଣି । ଏଣେ କୋରୋନାରେ ରାଜ୍ୟରେ ଆଉ ୧୬ ଜଣଙ୍କ ମୃତ୍ୟୁ ସହିତ ମୋଟ ମୃତ୍ୟୁସଂଖ୍ୟା ୮୧୩କୁ ବୃଦ୍ଧି ପାଇଛି ।

Comments are closed.