ଲୋକଙ୍କ ବ୍ୟାୟାମ ପାଇଁ ସକାଳ ୫ଟାରୁ ୬ଟା ଯାଏଁ ସପ୍ତାହାନ୍ତ ସଟ୍‌ଡାଉନ କଟକଣା କୋହଳ

ଭୁବନେଶ୍ୱର-କୋରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କାଲିଠାରୁ ସାରାରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ ଲାଗୁ ହେବ । ସକାଳ ୫ଟାରୁ ୬ଟା ଯାଏଁ ସଟ୍‌ଡାଉନ କଟକଣା କୋହଳ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏହି ସମୟ ମଧ୍ୟରେ ଲୋକେ ପ୍ରାତଃ ଭ୍ରମଣ, ଜଗିଂ ଓ ସାଇକ୍ଲିଂ କରୁଥିବାରୁ ସଟଡାଉନ କଟକଣା ଏକ ଘଂଟା କୋହଳ କରାଯାଇଛି ବୋଲି ଏସଆରସି ସୂଚନା ଦେଇଛନ୍ତି । ଶୁକ୍ରବାର ରାତିରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ । ସୋମବାର ସକାଳ ୫ଟା ଯାଏଁ ବଳବତ୍ତର ରହିବ ସଟ୍‌ଡାଉନ କଟକଣା ।

Comments are closed.