ଶ୍ରୀମନ୍ଦିରଙ୍କୁ ତିନି ସେଟ୍ ସୁନା ନିର୍ମିତ ସୂର୍ଯ୍ୟ-ଚନ୍ଦ୍ର ଦାନ କଲେ ଭକ୍ତ

ପୁରୀ- ଶ୍ରୀମନ୍ଦିରକୁ ଆଜି ଜଣେ ଭକ୍ତ ୩ ସେଟ୍ ସୁନାର ସୂର୍ଯ୍ୟ ଚନ୍ଦ୍ର ଦାନ ଦାନ କରିଛନ୍ତି । ଶ୍ରୀମନ୍ଦିର ମୁଖ୍ୟ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ଡା. କ୍ରିଷନ କୁମାରଙ୍କ ଉପସ୍ଥିତିରେ ଭୁବନେଶ୍ୱରର ପଦ୍ମ ଚରଣ ପାତ୍ର ନିଜ ପରିବାର ସହ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନା ନିର୍ମିତ ସୂର୍ଯ୍ୟ ଚନ୍ଦ୍ର ଦାନ କରିଛନ୍ତି ।

୩ ହଳ ସୂର୍ଯ୍ୟ ଚନ୍ଦ୍ରରେ ପ୍ରାୟ ୩୧୯ ଗ୍ରାମ ସୁନା ଓ ୮୨୨ ଗ୍ରାମ ରୂପା ବ୍ୟବହାର କରାଯାଇଛି । ପରବର୍ତ୍ତୀ ସମୟରେ ତିନି ଠାକୁରଙ୍କୁ ଏହି ନୂତନ ସୂର୍ଯ୍ୟ-ଚନ୍ଦ୍ର ଲାଗି ହେବ ।

Comments are closed.