ସମ୍ବଲପୁରରେ ନୂତନ ଜୀବିକା ନିର୍ବାହ ସୃଷ୍ଟି ନିମନ୍ତେ ନିର୍ଦ୍ଧିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଙ୍କ ନିର୍ଦ୍ଦେଶ

ସମ୍ବଲପୁର: ଆଜି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧକ୍ଷ୍ୟ ତଥା ମୁଖ୍ୟମନ୍ତ୍ରୀ ଙ୍କ ପ୍ରମୁଖ ପରାମର୍ଶ ଦାତା ଅସିତ ତ୍ରିପାଠୀ ସମ୍ବଲପୁର ଗସ୍ତ କରି ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ସମୀକ୍ଷା କରିଥିଲେ ।

ବୈଠକରେ ଜିଲ୍ଲାପାଳ ଶୁଭମ ସକସେନା କାର୍ଯ୍ୟକ୍ରମ ସମ୍ପର୍କିତ ବିଷୟ ବସ୍ତୁ ତଥା ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ମୁଖ୍ୟତ କୃଷି , ପଶୁପାଳନ , ଉଦ୍ୟାନ କୃଷି , ଗ୍ରାମ ଉନ୍ନୟନ , ପାନୀୟ ଜଳଯୋଗାଣ , ଗ୍ରାମାଞ୍ଚଳ କୁ ରାସ୍ତା , ପର୍ଯ୍ୟଟନ , ମସ୍ୟଚାଷ , ଭିତ୍ତିଭୂମି ର ଉନ୍ନୟନ ଆଦି ବିଷୟରେ ସମୀକ୍ଷା କରିଥିଲେ ।

କାର୍ଯ୍ୟକ୍ରମ ଗୁଡିକର ସମୀକ୍ଷା କରି ଅଧକ୍ଷ୍ୟ ତ୍ରିପାଠୀ ଜିଲ୍ଲା ରେ ଜୀବିକା ନିର୍ବାହ ଓ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱଆରୋପ କରି ଏତ୍ସା ନିମନ୍ତେ ନିର୍ଦ୍ଦିଷ୍ଟ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧୁକାରୀ ମାନକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକ ରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଂଜନ ସାହୁ , ଜିଲ୍ଲାପାଳ ଶୁଭମ୍ ସକସେନା , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ , ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏବଂ ବିଭାଗୀୟ ଅଧୁକାରୀ ମାନେ ଉପସ୍ଥିତ ଥିଲେ ।

Comments are closed.