ସମ୍ବଲପୁର ବିଶ୍ବବିଦ୍ୟାଳୟ ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲା

ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହୂତି ମାମଲାକୁ ଇତିମଧ୍ୟରେ ସପ୍ତାହେ ବିତିଛି । ସେପଟେ ଏହି ମାମଲା ଦିନକୁ ଦିନ ଜଟିଳ ରୂପ ଧାରଣ କରିଛି । ସ୍ବର୍ଗତ ମିଶ୍ରଙ୍କ ପରିବାରକୁ ନ୍ୟାୟ ସହ କୁଳପତିଙ୍କ ବହିଷ୍କାର ଦାବିରେ କର୍ମଚାରୀ ସଂଘ ଗତକାଲି ଠାରୁ ଆନ୍ଦୋଳନକୁ ଓହ୍ଲାଇଛି । ସେପଟେ ଏହି ପ୍ରସଂଗରେ ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ କରାଯାଇଥିବା ସୂଚନା ମିଳିଛି ।

ଦୀର୍ଘ ୨୭ ବର୍ଷ ଧରି ଅସ୍ଥାୟୀ ଚାକିରି କରିଥିବା ଦୀନବନ୍ଧୁଙ୍କୁ ସ୍ଥାୟୀ କରିବାକୁ ହାଇକୋର୍ଟ ବି ଅନେକ ବର୍ଷ ତଳୁ ନିର୍ଦେଶ ଦେଇଥିଲେ ହେଁ ତାହା କାର୍ଯ୍ୟକାରୀ ହୋଇନଥିଲା । ଏନେଇ ଦୁଇ ଦଶନ୍ଧିର ସଂଗ୍ରାମ ପରେ ବି କୌଣସି ସୁଫଳ ନ ମିଳିବାରୁ ଗତ ୨୦ ତାରିଖରେ ସେ ଆତ୍ମହୂତି ଭଳି ଚରମ ନିଷ୍ପତ୍ତି ନେଇଥିଲେ । ତେବେ ସେ ଛାଡିଯାଇଥିବା ସୁଇସାଇଡାଲ୍ ନୋଟ୍ ରେ ସ୍ପଷ୍ଟ ଭାବେ କୁଳପତି ପ୍ରଫେସର ସଞ୍ଜିବ ମିତ୍ତଲଙ୍କୁ ଦାୟୀ କରିଛନ୍ତି । ପ୍ରଫେସର ମିତ୍ତଲ ତାଂକୁ ଲାଞ୍ଛିତ କରିଥିବା ନେଇ ସେ ଉଲ୍ଲେଖ କରିଛନ୍ତି । ଫଳରେ ସବୁ ମହଲରୁ କୁଳପତିଙ୍କ ବହିଷ୍କାର ସହ ଗିରଫ ଦାବି ଜୋର ଧରୁଛି ।

ଏଭଳି ସ୍ଥିତିରେ ଦୁଇଦିନ ତଳେ ଏହି ଘଟଣା ନେଇ ଅନୁଷ୍ଠିତ ସିଣ୍ଡିକେଟ ବୈଠକରେ ସଞ୍ଜିବଙ୍କ ଅଧ୍ୟଖ୍ୟତାକୁ କେହି ଗ୍ରହଣ କରିନଥିବା ବେଳେ ବୈଠକର ନିଷ୍ପତିକୁ ବି କର୍ମଚାରୀ ସଂଘ ପ୍ରତ୍ୟାଖ୍ୟାନ କରି ଦେଇଛି । ଦୀନବନ୍ଧୁଙ୍କ ପରିବାରକୁ ୧୫ ଲଖ୍ୟ ଟଂକା ଖ୍ୟତିପୂରଣ ସହ ପରିବାରରୁ ଜଣକୁ ସ୍ଥାୟୀ ଚାକିରି ଦେବାକୁ ସଂଘ ଅଡି ବସିଛି । ଏହାଛଡା ପୂର୍ବରୁ ମଧ୍ୟ ଆତ୍ମହତ୍ୟା କରିଥିବା ୨ ଜଣ କର୍ମଚାରୀଙ୍କ ପରିବାରକୁ ବି ସମାନ ନ୍ୟାୟ ପ୍ରଦାନ କରିବାକୁ ସଂଘ ଦାବି କରି ଆନ୍ଦୋଳନକୁ ଓହ୍ଲାଇଛି ।

ଅପରପଖେ ରାଜଭବନ ଏବଂ ରାଜ୍ୟ ସରକାର ମଧ୍ୟ ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛନ୍ତି । ରାଜଭବନରୁ କୁଳପତିଙ୍କୁ ରିପୋର୍ଟ ତଲବ କରାଯାଇ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଏବଂ ଏହାକୁ କାହିଁକି ରୋକାଗଲା ନାହିଁ ବୋଲି ରାଜଭବନ ଉତ୍ତର ମାଗିଥିବା ସୂଚନା ମିଳିଛି । ବିଶେଷ କରି ଦୀର୍ଘ ୨୭ ବର୍ଷ ଚାକିରି ପରେ ଜଣେ ଅସ୍ଥାୟୀ କର୍ମଚାରୀ କିପରି ସ୍ଥାୟୀ ହେଲେ ନାହିଁ ବୋଲି ଜବାବ ଲୋଡିଛି ରାଜଭବନ । ତେବେ କୁଳପତିଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଥିବାରୁ ତାମକ ପାଇଁ ଅଡୁଆ ପରିସ୍ଥିତି ସ୍ରୁଷ୍ଚି ହେଲାଣି । ଏପଟେ ଶିଖ୍ୟକ ଏବଂ କର୍ମଚାରୀ ସଂଘ ସମେତ ସବୁ ଅନୁଷ୍ଠାନ ବି ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରୁଛନ୍ତି ।

ଏଭଳି ସ୍ଥିତିରେ ରାଜ୍ୟ ସରକାର ବି ଘଟଣାକୁ ଗୁରୁତର ସହ ନେଇଥିବା ଜଣାପଡିଛି । ଏହାର ଅନୁଧ୍ୟାନ ପାଇଁ ଉଚ୍ଚଶିଖ୍ୟା ବିଭାଗ ଏକ କମିଟି ଗଠନ କରିଥିବା ଜଣାପଡିଛି । ମୋଟ୍ ଉପରେ କୁଳାଧିପତିଙ୍କ ଅଧ୍ୟଖ୍ୟତାରେ ହୋଇଥିବା କୁଳପତିମାନଙ୍କର ଅକ ଭର୍ଚୁଆଲ ବୈଠକରେ ଏନେଇ ବିଷଦ ଭାବେ ଆଲୋଚନା ହେବା ସହ ଉଦବେଗ ପ୍ରକାଶ ପାଇଥିଲା । ତେବେ କୁଳପତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ଖ୍ୟମତା ରାଜ୍ୟପାଳଙ୍କ ଥିବାରୁ ପ୍ରଫେସର ସଞ୍ଜିବଙ୍କ ରିପୋର୍ଟ ପରେ ରାଜଭବନର ପରବର୍ତୀ ପଦଖେପ ଉପରେ ନଜର ରହିଛି ।
ସେପଟେ ଗତକାଲି ଠାରୁ ଧାରଣାକୁ ଓହ୍ଲାଇଥିବା କର୍ମଚାରୀ ସଂଘ ଆସନ୍ତା ୩ରୁ ୯ତାରିଖ ଯାଏ ରିଲେ ଅନଶନ କରିବ । ଏହାପରେ କୌଣସି ସୁଫଳ ନ ମିଳିଲେ ଆସନ୍ତା ୧୦ରୁ ଆମରଣ ଅନଶନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି । ସଂଘର ସଭାନେତ୍ରୀ ତଥା ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀଙ୍କ ନେତ୍ରୁତ୍ବରେ ଏହି ଆନ୍ଦୋଳନ ଜାରି ରହିଛି ।

Comments are closed.