ସାବାଳକଙ୍କ ଟିକାକରଣ ପାଇଁ ରାଜ୍ୟରେ ଟିକା କେନ୍ଦ୍ର ବୃଦ୍ଧି କରାଯିବ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର- ରାଜ୍ୟରେ ୫୩ ଲକ୍ଷ ୯ ହଜାର ୭୯୪ ଲୋକଙ୍କୁ ଟିକା ଦିଆଗଲାଣି । ଗତକାଲି ୧୦ ଲକ୍ଷ ୨ ହଜାର ୪୦୭ ଜଣଙ୍କୁ ଟିକା ଦିଆଯାଇଥିଲା । ଆଜି ରାଜ୍ୟର ୭୫୦ କେନ୍ଦ୍ରରେ ଚାଲିଛି କୋଭିଡ ଟିକାକରଣ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ଉଭୟ କୋଭିଶିଲ୍ଡ ଓ କୋଭାକ୍ସିନ ପ୍ରଭାବଶାଳୀ । ମେ ମାସରୁ ସାବାଳକଙ୍କ ଟିକାକରଣ ହେବ । ରାଜ୍ୟରେ ୧୮ରୁ ୪୫ ବର୍ଷ ବୟସର ୪୨ ପ୍ରତିଶତ ଲୋକ ଅଛନ୍ତି । ତେଣୁ ଟିକା କେନ୍ଦ୍ର ବୃଦ୍ଧି କରାଯିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି । ଟିକା ଦର ଧାର୍ଯ୍ୟ କରିବାକୁ ଉତ୍ପାଦନକାରୀ କମ୍ପାନିଙ୍କୁ କେନ୍ଦ୍ର ସରକାର କ୍ଷମତା ଦେଇଛନ୍ତି । ଘରୋଇ ହସପିଟାଲରେ ଯାହା ଟିକାକରଣ ଚାଲିଛି, ତାହା କେନ୍ଦ୍ର ଦେଉଛି । ହେଲେ ମେ ପହିଲାରୁ ଆଉ କେନ୍ଦ୍ର ଟିକା ଦେବ ନାହିଁ । ଘରୋଇ ହସପିଟାଲ ଔଷଧ କଂପାନିଠାରୁ ସିଧାସଳଖ ଟିକା କିଣିବେ ।

Comments are closed.