ସେରମ୍ ଇନଷ୍ଟିଚ୍ୟୁଟ୍ ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ

ପୁଣେ – କରୋନା ଟିକା ଉତ୍ପାଦନକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ନୂଆ ପ୍ଲାଣ୍ଟରେ ଆଜି ଘଟିଥିବା ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୁଣେ ମେୟର ଏନେଇ ସୂଚନା ଦେଇଛନ୍ତି । ମୃତକମାନେ ସେରମ୍‌ର କର୍ମଚାରୀ ଥିଲେ । ତେବେ ନିଆଁଲାଗି ଥିବା ପ୍ଲାଣ୍ଟରେ ଟିକା ଉତ୍ପାଦନ ହେଉନଥିଲା ବୋଲି କୁହାଯାଇଛି । ଏହା ଏକ ନିର୍ମାଣାଧୀନ କୋଠା ଥିଲା । ୱେଲ୍ଡିଂ କାମ ଚାଲିଥିବା ବେଳେ ନିଆଁ ଲାଗିଥିଲା ବୋଲି କୁହାଯାଇଛି । ମହାରାଷ୍ଟ୍ର ସରକାର ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ନିଆଁ ଲିଭାଯିବା ପରେ କୋଠାରେ ପାଞ୍ଚ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଆଉ ୬ ଜଣଙ୍କୁ ମଧ୍ୟ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସ୍ଥିତିର ସମୀକ୍ଷା କରିବେ ।

Comments are closed.