ସ୍କୁଲ୍ ନାମଲେଖା ଅବଧି ଜୁନ ୩୦ ଯାଏଁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ କୋରୋନା ସଂକ୍ରମଣ ବଢୁଥିବା ଦୃଷ୍ଟିରୁ ସ୍କୁଲଗୁଡିକରେ ଚାଲିଥିବା ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି । ଏହି ମାସ ଶେଷ ସୁଦ୍ଧା ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସାରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିଲା । କିନ୍ତୁ ସଂକ୍ରମଣ ବୃଦ୍ଧି ଯୋଗୁଁ ନାମଲେଖା ପ୍ରଭାବିତ ହୋଇଛି । ତେଣୁ ବିଭାଗ ପକ୍ଷରୁ ନାମଲେଖା ଅବଧିକୁ ଜୁନ୍ ୩୦ ଯାଏଁ ବୃଦ୍ଧି କରାଯାଇଛି । ବିଭାଗ ଅଧୀନରେ ସବୁ ସ୍କୁଲଗୁଡିକରେ ଏହି ନିୟମ ଲାଗୁ ହେବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।

Comments are closed.