ସ୍ମାର୍ଟ ସିଟି ଭୁବନେଶ୍ୱରକୁ ଓଡିଏଫ୍ ପ୍ଲସ୍ ପ୍ଲସ୍ ମାନ୍ୟତା

ଭୁବନେଶ୍ବର: ତୃତୀୟ ପକ୍ଷ ସମୀକ୍ଷାରେ ଭୁବନେଶ୍ୱର ମହାନଗର ନିଗମକୁ ମିଳିଛି ଓଡ଼ିଏଫପ୍ଲସ୍ ପ୍ଲସ୍ ରେ ସଫଳତା । ସ୍ବଚ୍ଛ ଭାରତ ମିଶନର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଓଡ଼ିଏଫପ୍ଲସ୍ ପ୍ଲସ୍ ମାନ୍ୟତା । ୧୦ ଏବଂ ୧୧ ଡିସେମ୍ବର ୨୦୨୦ରେ କ୍ୟାସି ଆଇ ଦ୍ବାରା ଭୁବନେଶ୍ୱରର ବିଭିନ୍ନ ସ୍ଥାନ ଦେଖି , ଆଖି ଦେଖା ସ୍ଥିତିକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ଏହି ମୂଲ୍ୟାୟନ କରାଯାଇଛି ।

କୌଣସି ଏକ ସହରର ଓଡିଏଫ ସ୍ଥିତି ଜାଣିବାକୁ ଯେଉଁ ସବୁ ସୂଚକାଙ୍କ ବା ପରିମଳ ଜନିତ ସ୍ଥିତି ଓ ସେବା ବ୍ୟବସ୍ଥା ଏବଂ ଆଚରଣଗତ ପରିବର୍ତ୍ତନ ଦରକାର , ସେଗୁଡିକ ପୂରଣ କରିଛନ୍ତି ଭୁବନେଶ୍ବର ମହାନଗର ନିଗମ । କାରଣ , କେବଳ ପ୍ରଶାସନିକ ବା ପୌର ସଂସ୍କାର କାର୍ଯ୍ୟ ବା ଭିତିଭୂମି ଏଥିପାଇଁ ସମ୍ପୂର୍ଣ୍ଣ ନୁହେଁ । ଏହ ସାଙ୍ଗକୁ ନାଗରିକ ମାନଙ୍କର ସହଯୋଗ ଏବଂ ପରିମଳ ଆବରଣ ମଧ୍ୟ ମୂଖ୍ୟ ଭୂମିକା ଗ୍ରହଣ କରିଛି ବୋଲି କହିଛନ୍ତି କମିଶନର , ପ୍ରେମ ଚନ୍ଦ୍ର ଚୌଧାରୀ , ରାଜ୍ୟର ପ୍ରମୁଖ ପୌର ସଂସ୍ଥାଭାବେ ପରିମଳକୁ ଆମେ ଅଗ୍ରଣୀ ସେବା ଭାବେ ଗୁରୁତ୍ବ ଦେଉଛୁ ; ଏଥିପାଇଁ ” ମୁଁ ସଫେଇବାଲା ” ଅଭିଯାନ ଏବଂ ଏହି ସମ୍ପର୍କତ କାର୍ଯ୍ୟକ୍ରମ ଆମକୁ ନାଗରିକ ମାନଙ୍କର ସହଯୋଗ ଲାଭ କରାଇଛି , ଉଦାହରଣ ସରୁପ ଆଜିର ଦିନରେ ସ୍ମାର୍ଟ ସହର ଭୁବନେଶ୍ବରକୁ ମିଳିଛି ଓଡ଼ିଏଫ୍ ପ୍ଲସ୍ ପ୍ଲସ୍‌ର ମାନ୍ୟତା , କହିଛନ୍ତି କମିଶନର ।

ଭୁବନେଶ୍ବର ମହାନଗର ନିଗମ ତରଫରୁ ଏହି ମାନ୍ୟତା ନିମନ୍ତେ ଗତ ମାର୍ଚ୍ଚ – ଅପ୍ରେଲ ୨୦ ରେ ଆବେଦନ କରାଯାଇଥିବା ବେଳେ , ସାମ୍ପ୍ରତିକ କୋଭିତ – ୧୯ , ମହାମାରୀ ପ୍ରଭାବରେ ଏହି ପ୍ରକ୍ରିୟା କିଛି ମାସ ରହିଥିଲା ଏବଂ ବର୍ତ୍ତମାନର ଅନଲାଇନ୍ ସ୍ଥିତିରେ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ମୂଲ୍ୟାୟନ କରାଯାଇଛି । ଏଥିପାଇଁ ନିୟୋଜିତ ସଂସ୍ଥା ଗତ ମାସରେ ଆସି କ୍ଷେତ୍ର ମୂଲ୍ୟାୟନ କରିଥିଲେ ଏବଂ ଭାରତ ସରକାରଙ୍କ ସଂମ୍ପୃକ୍ତ ବିଭାଗକୁ ବିବରଣୀ ଦେଇଥିବାର କହିଛନ୍ତି ତେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ । ନିୟମ ଅନୁସାରେ ଏହି ତୃତୀୟ ପକ୍ଷ ସଂସ୍ଥା ସଂମ୍ପୃକ୍ତ ପୌର ସଂସ୍ଥାର ଅଜ୍ଞାତରେ କ୍ଷେତ୍ର ବିଶେଷରେ ପରିମଳ ସ୍ଥିତି କ’ଣ ରହିଛି ; ତାହା ଦେଖୁଛନ୍ତି , କହିଛନ୍ତି ଡେପୁଟି କମିଶନର ।

ସୂଚନା ଯୋଗ୍ୟ କି , ଭାରତ ସରକାରଙ୍କ ଓଡିଏଫ୍ ପ୍ଲସ୍ ପ୍ଲସ୍‌ର ନିୟମାବଳୀ ଅନୁସାରେ ଶୌଚାଳୟ ସେବା ମିଳିମା , ସହର ବାହ୍ୟ ମଳ ତ୍ୟାଗ ମୁକ୍ତ ହେବା , ମଳ ପରିଚାଳନା ବିଜ୍ଞାନ ସମ୍ମତହେବା , ବ୍ୟକ୍ତିଗତ ଘରୋଇ ପାଇଖାନାର ବ୍ୟବହାର ଥିବା ବ୍ୟକ୍ତିଗତ ପାଇଖାନା ଗୁଡିକର ସ୍ବିରେଜ ଲାଇନ୍ ସହିତ ସଂଯୋଗ ଏବଂ ପ୍ରତ୍ୟେକ ଘରୋଇ ପାଇଖାନାର ଦୁଇଟି ସେଫଟିକ୍ ଟାଙ୍କି ରହିବା , ସେଫଟିକ ଟାଙ୍କିର ସଫା ନିୟମିତ ହେବା ଏବଂ ଏହି ସଂକ୍ରାନ୍ତୀୟ ସେବା ନିୟମିତ ମିଳିବା , ମଳ ପରିଚାଳନା ସଂସ୍ଥା ସମ୍ପୃକ୍ତ ପୌର ସଂସ୍ଥା ସହିତ ନିବନ୍ଧିତ ହେବା , ମଳ ପରିଚାଳନା ଉଲ୍ଲଙ୍ଘନ କରିଥିବା ସଂସ୍ଥାକୁ ଫାଇନ୍ କରାଯିବା , ପରିମଳ ସମ୍ବନ୍ଧୀୟ ବାଇ ଲ ଥିବା ଏହି ଅନୁଯାୟୀ ପଦକ୍ଷେପ ନିଆଯିବା ଇତ୍ୟାଦି ସୂଚକାଙ୍କରୁ ଏହି ମାନ୍ୟତାର ବିଚାର କରାଇଥାଏ । ସମସ୍ତ ଦିଗରେ ନିଜକୁ ପ୍ରସ୍ତୁତ କରିଛି ବିଏମ୍‌ସି , ଏଥିରେ ନାଗରିକ ମାନଙ୍କ ସହଯୋଗ ମଧ୍ୟ ଏକ ମୂଖ୍ୟ ଅଂଶ । ବିବରଣୀରୁ ଜଣାଯାଏ ନିୟୋଜିତ ସମସ୍ତ ସହରର ବିଭିନ୍ନ ସ୍ଥାନ ଯଥା- ମୁଣ୍ଡାସାହି ବସ୍ତି , ପଟିଆ , ଚନ୍ଦ୍ରଶେଖରପୁର ସବର ସାହି , ହଂସପାଳ ଭୋଇ ସାହି , ମଂଚେଶ୍ଵର ଶିଳ୍ପାଂଚଳ , ଭି.ଏସ୍.ଏସ୍ . ନଗର ହାଉସିଂ ବୋର୍ଡ ଏରିଆ , ନାଲକୋ ଛକ , ଚନ୍ଦ୍ରଶେଖର ପୁର ହାଉସିଂ ବୋର୍ଡ ; କଲୋନି , ସିଲକନ୍ ସିଟି ଏରିଆ , ମହାଲକ୍ଷ୍ମୀ ବିହାର , କଳିଙ୍ଗ ନଗର ଏରିଆ , ଜଗନ୍ନାଥ ବିହାର , ବୁଦ୍ଧ ଜୟନ୍ତୀ ପାର୍କ , ହର୍ସ ଆଇଲ୍ୟାଣ୍ଡ , କିଟ୍‌ କ୍ୟାମ୍ପସ୍ , ଡାକ୍ତର ଶ୍ୟାମ ପ୍ରସାଦ ମୁଖାର୍ଜୀ ପାର୍କ , ସିଆରପି ଛକ , ରୁପାଲି ଛକ ଇତ୍ୟାଦି ସ୍ଥାନକୁ ଯାଇ ବୁଲି ଦେଖିଛନ୍ତି ଏବଂ ଏହା ସାଙ୍ଗକୁ ବାସୁଆ ଘାଇ ମଳ ପରିଚାଳନା ପ୍ଲାଂଟମଧ୍ୟ ଦେଖୁଛନ୍ତି ଏବଂ ଏଗୁଡ଼ିକୁ ନେଇ ରହିଥିବା ନିୟମ ମୁତାବକ ସମୀକ୍ଷା କରି ଏହି ରିର୍ପୋଟ ଦେଇଛନ୍ତି ଭାରତ ସରକାରଙ୍କ ସଂସ୍ଥା ।

କିଛି ଦିନ ପୂର୍ବରୁ ମଳ ଉପଚାର ପ୍ଲାଂଟ ପାଇଁ ଭାରତରେ ପ୍ରଥମେ ଭାବେ ବିଏମସିକୁ ସମ୍ମାନ ଜନକ ଆଇ ଏସ୍ ଓ ପ୍ରଶଂସା ମିଳିଥିବା ବେଳେ ୧୪୪୨୦ ସଫାଇ ମିତ୍ର ଚ୍ୟାଲେଜ୍ ପାଇଁ ଅଗ୍ରଣୀ ଭୂମିକା ନେଇଥିବା ବିଏମସି ଏହି କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାକୁ ପଦକ୍ଷେପ ନେଇଛି ।

ସର୍ବାଦୌ ନାଗରିକଙ୍କ ସହଯୋଗରେ ବିଏମସିର ପରିମଳ ଉନ୍ନତରୁ ଉନ୍ନତ ତମ କରିବାରେ ସହାୟକ ହେଉ ବୋଲି ଆଶା କରିଛନ୍ତି ବିଏମସି କର୍ତ୍ତୃପକ୍ଷ ।

Comments are closed.