ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଚାଷୀଙ୍କ ଉପରେ ପୋଲିସର ଲାଠିଚାର୍ଜ

କର୍ନାଲ – କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଆଜି ପୋଲିସ ଲାଠିଚାର୍ଜ କରିଛି । ହରିୟାଣାର କର୍ନାଲର କୈମଲା ଗ୍ରାମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମନହୋରଲାଲ ଖଟରଙ୍କ ଏକ କାର୍ଯ୍ୟକ୍ରମ ହେବାର ଥିଲା । ତେବେ ନିକଟରେ କୃଷି ଆଇନକୁ ନେଇ ଆନ୍ଦୋଳନ କରୁଥିବା ଚାଷୀମାନେ ସେଠାରେ ପହଞ୍ôଚ କଳା ପତାକା ଦେଖାଇବା ସହ ଖଟରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । ଚାଷୀମାନଙ୍କୁ ଘଉଡାଇବା ପାଇଁ ପୋଲିସ୍ ସେମାନଙ୍କ ଉପରେ ଲାଠିମାଡ଼ କରିବା ସହ ଲୁହବୁହା ଗ୍ୟାସ ବି ପ୍ରୟୋଗ କରିଥିଲା ।
କର୍ନାଲର କୈମଲା ଗ୍ରାମରେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଖଟର ଏକ ସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଥିଲା । ଏଠାରେ ସେ କୃଷି ଆଇନର ଲାଭ ବିଷୟରେ କହିଥାନ୍ତେ । ଖଟର ସେଠାରେ ପହଞ୍ôଚବା କ୍ଷଣି ଆନ୍ଦୋଳରନ ଚାଷୀମାନେ ସେଠାରେ ବହୁସଂଖ୍ୟାରେ ପହଞ୍ôଚ ଯାଇଥିଲେ । ସେମାନେ ଖଟରଙ୍କୁ କଳାପତାକା ଦେଖାଇବା ସହ ତାଙ୍କ ବିରୋଧରେ ସ୍ଲୋଗାନବାଜି କରିଥିଲେ । ଖଟରଙ୍କ ସୁରକ୍ଷାରେ ନିୟୋଜିତ ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ୍ ଚାଷୀମାନଙ୍କ ଉପରେ ଲାଠିଚାର୍ଜ କରିବା ସହ ସେମାନଙ୍କୁ ଘଉଡାଇବା ପାଇଁ ଲୁହବୁହା ଗ୍ୟାସ ବି ଛାଡ଼ିଥିଲା । ଚାଷୀଙ୍କ ଉପରେ ଲାଠିଚାର୍ଜ ଘଟଣାକୁ କଂଗ୍ରେସ ନିନ୍ଦ କରିଛି । ଏନେଇ ଖଟରକୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲା ।

Comments are closed.