ହରିୟାଣା: ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ୍ ଚୋରି

ଜିନ୍ଦ: କରୋନା ଟିକା ଅଭାବ ଅଭିଯୋଗ ମଧ୍ୟରେ ଏବେ ଟିକା ଚୋରି ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଏବେ ହରିୟାଣାର ଜିନ୍ଦ ସ୍ଥିିତ ଏକ ସ୍ବାସ୍ଥ୍ୟ କେନ୍ଦ୍ରରୁ ୧୭୧୦ ଟିକା ଡୋଜ ଚୋରି ହୋଇଯାଇଛି। ହରିୟାଣାରେ ଟିକା ଚୋରିର ଏହା ପ୍ରଥମ ଘଟଣା। ଏହାପୂର୍ବରୁ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଟିକା ଚୋରି ଏବଂ ରେମିଡିସଭିର ଇଞ୍ଜେକ୍ସନ ଚୋରି ହେବାର ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।

ଜିନ୍ଦର ସ୍ୱାସ୍ଥ୍ୟ ନିରୀକ୍ଷକ ରାମ ମେହେରା ବର୍ମା କହିଛନ୍ତି, ” ତାଲା ଭାଙ୍ଗି ଆଲମାରୀରେ ଥିବା ଟିକା ନିଆଯାଇଛି। ୧୨୭୦ କୋଭିଶିଲ୍ଡ ଏବଂ ୪୪୦ କୋଭାକ୍ସିନ ଟିକା ଡୋଜ୍ ଚୋରି ହୋଇଛି। କିଛି ଫାଇଲ ମଧ୍ୟ ଚୋରି ହୋଇଛି।” ଟିକା ଚୋରି ମାମଲାର ତଦନ୍ତ କରୁଛି ପୋଲିସ। ଜିନ୍ଦ ଡିଜି କହିଛନ୍ତି, “ଆମେ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରୁଛୁ। ଏହି ସ୍ବାସ୍ଥ୍ୟ କେନ୍ଦ୍ରର କିଛି ଲୋକ ଏଥିରେ ସଂପୃକ୍ତ ଥିବା ଅନୁମାନ କରାଯାଉଛି ।

କିଛି ଦିନ ପୂର୍ବରୁ ରାଜସ୍ଥାନର ଜୟପୁରର ସରକାରୀ ହସ୍ପିଟାଲରୁ କରୋନା ଟିକା ର ୩୨ ଟି ଭାଏଲ୍ ଚୋରି ହୋଇଥିଲା। ଗୋଟିଏ ଭାଏଲ୍ ରେ ୧୦ଟି ଡୋଜ ଏବଂ ୩୨ ଟି ଭାଏଲ୍ ରେ ମୋୋଟ ୩୨୦ ଡୋୋଜ୍ ଥିିିଲା । ଅନ୍ୟପକ୍ଷରେ ଭୋପାଳର ଏକ ସରକାରୀ ଡାକ୍ତରଖାନାରୁ ମଧ୍ୟ କରୋନାଭାଇରସ୍ ସଂକ୍ରମିତ ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ରେମିଡିସଭିର ଇଞ୍ଜେକ୍ସନ ଚୋରି ମାମଲା ସାମ୍ନାକୁ ଆସିଥିଲା ।

Comments are closed.