ହସ୍ପିଟାଲରେ ଅଧିକ ଶଯ୍ୟା ସହ ଅକ୍ସିଜେନ ସପୋର୍ଟ ସିଷ୍ଟମ ତ୍ବରାନ୍ବିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର କୋଭିଡ ସ୍ଥିତି ର ସମୀକ୍ଷା କରିଛନ୍ତି । ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଅକ୍ସିଜେନ ସପୋର୍ଟ ଯୁକ୍ତ ଶଯ୍ୟା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅକ୍ସିଜେନ ଯୋଗାଣ ସ୍ଥିତି ତଦାରଖ ପାଇଁ ନିର୍ଦ୍ଦେଶ ଦେଇ ଛନ୍ତି ନବୀନ । ଦେଶର ଅନ୍ୟ କିଛି ରାଜ୍ୟ ତୁଳନାରେ ଓଡ଼ିଶାରେ ସ୍ଥିତି ଭଲ ଅଛି । ଅନେକ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । କୋଭିଡ ହସ୍ପିଟାଲ ଓ କୋଭିଡ କେୟାର ସେଂଟରରେ ଶଯ୍ୟା ସଂଖ୍ୟା ବୃଦ୍ଧି କରିବାକୁ ଜିଲ୍ଲା ପାଳମାନଙ୍କୁ କହିଛନ୍ତି ନବୀନ । ଆଗାମୀ ସପ୍ତାହଗୁଡିକ ପାଇଁ ଓୌଷଧ ର ବଫର ଷ୍ଟକ ଉପରେ ଗୁରୁତ୍ବ ଦେଇଛନ୍ତି ନବୀନ । କୋଭିଡ ଏନଫୋର୍ସମେଣ୍ଟ କଡାକଡି ଭାବେ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଭିନ୍ନ ରାଜ୍ୟରେ ଲକଡାଉନ ଯୋଗୁଁ ପ୍ରବାସୀମାନଙ୍କ ପ୍ରତ୍ୟାବର୍ତ୍ତନ ହେବ । ଏଥିପାଇଁ ଜିଲ୍ଲା ପାଳମାନେ ପ୍ରସ୍ତୁତ ରହିବାକୁ ନବୀନ ପରାମର୍ଶ ଦେଇଛନ୍ତି ।

Comments are closed.