ହିଞ୍ଜିଳି ବୁୁରୁପଡା ଗାଁରେ ଅଭାବନୀୟ ଘଟଣା, ବିଦ୍ୟୁତ ତାର ସଂପ୍ସର୍ଶରେ ଆସି ଫୁଲକୋବି ତୋଳିବାକୁ ଯାଇଥିବା ଚାଷୀ ଦଂପତି ମୃତ

ବ୍ରହ୍ମପୁର – ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ବୁରୁପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଫୁଲ କୋବି ତୋଳିବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ବିଷ୍ଣୁ ସାମଲ ଓ ତାଙ୍କ ପତ୍ନୀ ହିନ ସାମଲ ।ସେମାନେ ଭୋର ୪ଟା ବେଳେ ଜମିରେ ଚାଷ କରିଥିବା ଫୁଲ କୋବି ତୋଳିବାକୁ ଯାଇଥିଲେ । ତେବେ ସେମାନଙ୍କ ବିଲ ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଲାଇନର ତାର ଛିଡି ବିଲରେ ପଡିଯାଇଥିଲା । ସେମାନେ ଏ ସଂପର୍କରେ ନ ଜାଣି ତାର ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ । ଖବର ପାଇ ପୁଅ ଗୌଡ ସାମଲ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ହିଂଜିଳି ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Comments are closed.