୧୧ଟି ଜିଲ୍ଲାରେ ୨୨ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ‘ମେକ ଇନ ଓଡିଶା’ ଅଭିଯାନକୁ ଆହୁରି ବଳ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧ଟି ଜିଲ୍ଲାରେ ୨୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । କୋଭିଡ-୧୯ ମହାମାରୀ ସତ୍ତ୍ୱେ ଓଡିଶା ପୁଂଜି ବିନିଯୋଗ ପାଇଁ ପସନ୍ଦଯୋଗ୍ୟ ସ୍ଥାନ ପାଲଟିଛି । ଶିଳ୍ପ ଅନୁକୂଳ ନୀତି ଓ ବାତାବରଣ ସହ ବ୍ୟବସାୟିକ ଜୈବ ବ୍ୟବସ୍ଥା ଓଡିଶାକୁ ଏ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ କରିପାରିଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ କରାଯାଇଛି ।

Comments are closed.