୧୬୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ଆଜି ୧୬୧ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ସର୍ବଦା ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛନ୍ତି । କୋଭିଡ-୧୯ ମହାମାରୀ ସହ ଦୀର୍ଘ ଦିନଧରି ଚାଲୁ ରହିଥିବା ସଂଘର୍ଷରେ ରାଜ୍ୟର ଆର୍ଥିକ କ୍ଷେତ୍ରକୁ ମଜଭୁତ କରିବାରେ ବ୍ୟାଙ୍କଗୁଡ଼ିକ ନିରବଚ୍ଛିନ୍ନ ସେବା ଯୋଗାଇ ଆସିଛନ୍ତି ବୋଲି ଆଜିର ବୈଠକରେ ଯୋଗଦେଇ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମତବ୍ୟକ୍ତ କରିଛନ୍ତି । କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର , ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏହି ତିନୋଟି ମୁଖ୍ୟକ୍ଷେତ୍ରକୁ ବ୍ୟାଙ୍କଗୁଡ଼ିକ ଅଗ୍ରାଧକାର ଭିଲିରେ ରଣ ଯୋଗାଇ ଦେବା ପାଇଁ ମନ୍ତ୍ରୀ ଶ୍ରୀ ପୂଜାରୀ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟର ବାର୍ଷିକ ଋଣ ଯୋଜନାରେ ଚଳିତ ନଭେମ୍ବର ୩୦ ତାରିଖ ସୁଦ୍ଧା ସ୍ଵୟଂ ସହାୟକ ଗୋଷ୍ଠୀ ୬୫ ପ୍ରତିଶତ ସଫଳତା ପାଇଥିବାବେଳେ ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ୬୦ ପ୍ରତିଶତ ଏବଂ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ୪୬ ପ୍ରତିଶତ ସଫଳତା ପାଇଛନ୍ତି । ପର୍ଯ୍ୟାୟ କ୍ରମେ ବାର୍ଷିକ ରଣ ଯୋଜନାରେ ଲକ୍ଷ୍ୟ ହାସଲ ପାଇଁ ଆମ ସମସ୍ତଙ୍କର ଉଦ୍ୟମ ଜାରି ରହିଲେ ରାଜ୍ୟରେ ସାମଗ୍ରିକ ଆର୍ଥିକ ବିକାଶ ସମ୍ଭବ ହୋଇପାରିବ ବୋଲି ମନ୍ତ୍ରୀ ପୂକାରୀ ପ୍ରକାଶ କରିଥିଲେ ।

ଭନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ରାଜ୍ୟର ଆର୍ଥିକ ପୁନରୁଦ୍ଧାର ପାଇଁ ବ୍ୟାଙ୍କମାନେ ଅର୍ଥ ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛନ୍ତି । କୋଭିଡ-୧୯ ମୁକାବିଲାରେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଆଗେଇ ଆସି ବ୍ୟାଙ୍କମାନେ ସମୟୋପଯୋଗୀ କର୍ତ୍ତବ୍ୟ କରିଛନ୍ତି । କୃଷି ଉତ୍ପାଦନ କମିଶନର ରାଜ୍ୟକୁମାର ଶର୍ମା କୃଷି କ୍ଷେତ୍ରରେ ହିତାଧୁକାରୀ ଏବଂ ଭାଗଚାଷୀମାନଙ୍କୁ ଚିହ୍ନଟ କରି ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ ।

କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ . ସୌରଭ ଗର୍ଗ ଶସ୍ୟ ଋଣ ପ୍ରଦାନ କ୍ଷେତ୍ରରେ ରବି ଶସ୍ୟ ଋଣ କ୍ଷେତ୍ରର ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇଥିବାବେଳେ ଆସନ୍ତା ଖରିରେ ୨୦୨୧ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ହୋଇପାରିବ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ବଳରାମ ଯୋଚନାରେ ଚାଷୀମାନଙ୍କୁ ଗଣ ସହାୟତା ଯୋଗାଇ ଦେବା ପାଇଁ ବ୍ୟାଙ୍କର କ୍ଷମତାପ୍ରାପ୍ତ ଅଧୁକାରୀମାନଙ୍କୁ ଦୃଷ୍ଟି ଦେବାକୁ କହିଥିଲେ । ଆଜିର ଏହି ବୈଠକରେ ଯୋଗଦେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଏ.କେ ମୀନା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ , କୃଷକ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ ଠିକ୍ ସମୟରେ ଋଣ ଯୋଗାଇବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ୨୨ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଏବଂ ବ୍ୟାଙ୍କମାନଙ୍କୁ ଦେଇଥିବା ପରାମର୍ଶ ଆଧାରରେ ବ୍ୟାଙ୍କର୍ସମାନେ କାର୍ଯ୍ୟକରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟିର ସବ୍କମିଟିମାନେ ପ୍ରତି ଏସ୍‌ଏଲବିଟି ବୈଠକ ବସିବା ପୂର୍ବରୁ ଇଣ ଯୋଗାଣ ସଂପର୍କରେ ତଦାରଖ କରିବା । ଆବଶ୍ୟକ । ୨୦୨୨- ୨୧ ଆର୍ଥିକ ବର୍ଷ ପାଇଁ ୯୦ , ୩୯୫.୬୯ କୋଟି ଟଙ୍କାର ବାର୍ଷିକ ଋଣ ପ୍ରଦାନ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୨୦୨୦ ନଭେମ୍ବର ୩ନ ସୁଦ୍ଧା ୪୧ , ୨ ୨୭ , ୯୬ କୋଟି ଟଙ୍କାର ଋଣ ଲକ୍ଷ୍ୟ ହାସଲ ହୋଇଛି , ଯାହାକି ୪୫.୬୧ ପ୍ରତିଶତ । ମତ୍ସ୍ୟ ଚାଷ ଏବଂ ଦୁଖ ଇତ୍ପାଦନ କ୍ଷେତ୍ରରେ ରାଜ୍ୟରେ ବହୁ ସମ୍ଭାବନା ରହିଥିଲେ ମଧ୍ୟ ଏସବୁ କ୍ଷେତ୍ରରେ ଆବଶ୍ୟକୀୟ ଭନ୍ନତି ହୋଇପାରିନାହିଁ । ନଗଦ କମ ଅନୁପାତ କ୍ଷେତ୍ରରେ ପାଞ୍ଚଟି ଜିଲ୍ଲା ୬୦ ପ୍ରତିଶତ ଲକ୍ଷ୍ୟ ହାସଲ କରିଥିବାବେଳେ ଅନ୍ୟ ୯ଟି ଜିଲ୍ଲା ୪୦ ପ୍ରତିଶତରୁ କମ୍ ଲକ୍ଷ୍ୟ ହାସଲ କରିଛନ୍ତି । ଏ ଦିଗରେ ସେମାନେ ବିହିତ ପଦକ୍ଷେପ ନେଇ ନଗଦ ଚମା ଅନୁପାତ ବୃଦ୍ଧି ପାଇଁ ଚେଷ୍ଟା କରନ୍ତୁ । ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ମାର୍ଗଦର୍ଶିକା ଅନୁଯାୟୀ ପ୍ରତି ସିକ୍ୟୁଲ ବ୍ୟାଙ୍କ କଣେ କଣେ ଅନୁସୂଚିତ ଜନଜାତି | ଅନୁସୂଚିତ ଜାତିର ମହିଳାଙ୍କୁ ରଣଯୋଗାଇ ଦିଅନ୍ତୁ । ଏ କ୍ଷେତ୍ରରେ ସବୁ ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରି ରଣ ଯୋଗାଇ ଦେବା ପାଇଁ ବ୍ୟାଙ୍କମାନଙ୍କୁ ପ୍ରମୁଖ ଶାସନ ସଚିବ ମୀନା ପରାମର୍ଶ ଦେଇଥିଲେ । ଅଣୁ , କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗର ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ କହିଥିଲେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ରାଜ୍ୟ କିଛି ସଫଳତା ପାଇଥିଲେ ମଧ୍ୟ ସଂପୂର୍ଣ୍ଣ ଲକ୍ଷ୍ୟ ହାସଲ ହୋଇନାହିଁ । ଦକ୍ଷିଣାଞ୍ଚଳର ଜିଲ୍ଲାମାନଙ୍କୁ ବ୍ୟାଙ୍କମାନେ ବିଶେଷ ଭାବେ ଦୃଷ୍ଟି ଦେବା ପାଇଁ ସେ ପ୍ରକାଶ କରିବା ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ଅଧୁକା ହିତାଧିକାରୀମାନଙ୍କୁ ସାମିଲ କରିବା ପାଇଁ ବ୍ୟାଙ୍କଗୁଡ଼ିକର ଦୃଷ୍ଟି ଆକର୍ଷଣ କରିଥିଲେ । ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାଇଁକେୟନ ବୈଠକରେ ଉପସ୍ଥିତ ରହି କହିଥୁଲେ ଗ୍ରାମ୍ୟ । ଅର୍ଥନୀତିର ବିକାଶ ରେ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳାମାନେ ସକ୍ରିୟ କାର୍ଯ୍ୟ କରିଆସୁଛନ୍ତି । ଏବେ ସେମାନଙ୍କର ସଂଖ୍ୟା ମଧ୍ୟ ବୃଦ୍ଧି ଘଟିଛି । ଯେପରି ଏ କ୍ଷେତ୍ରରେ ଅଧୁକ ମହିଳା ସାମିଲ ହେବେ ସେ ଦିଗରେ ବ୍ୟାଙ୍କଗୁଡିକ ଋଣ ପ୍ରଦାନ କରନ୍ତୁ । ମସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ଶାସନ ସଚିବ ଆରୁ , ରଘୁପ୍ରସାଦ କହିଲେ ଯେ ବାର୍ଷିକ ରଣ । ଯୋଜନାର ଅର୍ଥ ଠିକ୍ ଭାବରେ ବିତରଣ ହେବା ତଥା କିଷାନ କ୍ରେଡିଟ୍ କାର୍ଡ ଯୋଗାଣ ଏବଂ ହିତାଧୁକାରୀମାନଙ୍କୁ ଋଣ ଯୋଗାଣ କ୍ଷେତ୍ରରେ ବ୍ୟାଙ୍କମାନେ ଅଗ୍ରାଧୁକାର ଦେବା ଆବଶ୍ୟକ ।

Comments are closed.