୨ ରୁ ୧୮ ବର୍ଷ ବୟସ୍କଙ୍କ ଉପରେ କୋଭାକ୍ସିନର ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରି

ନୂଆଦିଲ୍ଲୀ: ଭାରତ ବାୟୋଟେକର କୋଭାକ୍ସିନ ଟିକାର ୨ ରୁ ୧୮ ବର୍ଷ ବୟସ ବର୍ଗଙ୍କ ଉପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପାଇଁ ଭାରତୀୟ ଔଷଧ ନିୟନ୍ତ୍ରକ (ଡିସିଜିଆଇ) ମଞ୍ଜୁରି ଦେଇଛନ୍ତି | ଡିସିଜିଆଇରୁ ସବୁଜ ସଙ୍କେତ ପାଇବା ପରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ୫୨୫ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରିବ ବୋଲି କହିଛି | ପରୀକ୍ଷଣ ସମୟରେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ମଧ୍ୟରେ ୨୮ ଦିନର ବ୍ୟବଧାନ ରହିବ ।

ଭାରତ ବାୟୋଟେକ ଏବଂ ଆଇସିଏମଆର ମିଳିତ ଭାବେ ପ୍ରସ୍ତୁତ କରିଥିବା କୋଭାକ୍ସିନର ଏହି ପରୀକ୍ଷଣ ଦେଶର ବିଭିନ୍ନ ସ୍ଥାନରେ କରାଯିବ ବୋଲି କୁହାଯାଇଛି। ପରୀକ୍ଷଣ ପରିଚାଳନା କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସୁରକ୍ଷା, ପ୍ରତିକ୍ରିୟାଶୀଳତା ଏବଂ ରୋଗ ପ୍ରତିରୋଧକ ଶକ୍ତି ପାଇଁ ପିଲାମାନଙ୍କଠାରେ କୋଭାକ୍ସିନ ଟିକାର ପ୍ରଭାବ ଆକଳନ କରିବା । ‌

Comments are closed.