ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀଙ୍କ ପରଲୋକ

ଚେନ୍ନାଇ: ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ କରିଥିବା ପୂର୍ବତନ ସିବିଆଇ ଅଧିକାରୀ କେ.ରଘୁନାଥମ ଆଉ ନାହାନ୍ତି । ରଘୁନାଥମଙ୍କ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ୭୬ ବର୍ଷ ହୋଇଥିଲା । ସେ କରୋନା ଆକ୍ରାନ୍ତ ଥିଲେ ଏବଂ ନିକଟରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାର ତଦନ୍ତ ପାଇଁ ଗଠିତ ସିବିଆଇ ଟିମ୍‌ରେ ରଘୁନାଥନ ମୁଖ୍ୟ ତଦନ୍ତ ଅଧିକାରୀ (ସିଆଇଓ) ଥିଲେ । ୧୯୯୧ ମେ ୨୧ରେ ତାମିଲନାଡୁ ଶ୍ରୀପେରୁମ୍ବୁଦୁରରେ ଏକ ନିର୍ବାଚନ ରାଲିରେ ରାଜୀବ ଗାନ୍ଧୀଙ୍କୁ ମହିଳା ଆତ୍ମଘାତୀ ଲଗାଇ ଏଲ୍‌ଟିଟିଇ ହତ୍ୟା କରିଥିଲା । ରଘୁନାଥନ ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଉପରେ ଏକ ବହି ବି ଲେଖିଥିଲେ ।

Comments are closed.